ବିବାହ ଦିନ ସ୍ବାମୀଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟ ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଟିଭି ରିଆଲିଟି ଶୋ’ ‘ବିଗ୍‌ ବସ୍‌’ ସିଜିନ୍‌- ୭ର ବିଜେତା ସାଜିଥିବା ଅଭିନେତ୍ରୀ ଗୌହର ଖାନ୍‌ କ୍ରିଷ୍ଟମାସ ଅର୍ଥାତ୍‌ ଡିସେମ୍ବର ୨୫ରେ ତାଙ୍କର ପ୍ରେମିକ ଜୈଦ ଦରବାରଙ୍କୁ ବିବାହ କରିଛନ୍ତି। ଏହି ଦମ୍ପତିଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଦମ୍ପତି ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏବେ ଏକ ଭିନ୍ନ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ନିଜେ ଗୌହର କନ୍ୟା ବେଶରେ ବିବାହ ପାଇଁ ଜୈଦ୍‌ଙ୍କୁ ମେକ୍‌ଅପ୍‌ କରାଉଥିବା ଦେଖିବାକୁ ମିଳିଛି। ଜୈଦ୍‌ଙ୍କୁ ମେକ୍‌ଅପ୍‌ ପରେ ନିଜେ ଗୌହର ମେକ୍‌ଅପ୍‌ ହେଉଛନ୍ତି। ଗୌହର-ଜୈଦ୍‌ଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଗୌହର ବ୍ରାଇଡାଲ୍‌ ଲୁକ୍‌ରେ ମୁଣ୍ଡରେ ଓଢ଼ଣୀ ଦେଇଥିବା ବେଳେ ସୁନେଲି-କ୍ରିମ୍‌ ରଙ୍ଗର ଶରାରା ପୋଷାକ ପିନ୍ଧିଛନ୍ତି। ଏହାସାଙ୍ଗକୁ ସେ ଭାରି ଅଳଙ୍କାର ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳୁଛି।

Share