କରୋନା ଆକ୍ରାନ୍ତ ହେଲେ ଗୌତମ ଗୁଲାଟୀ

ମୁମ୍ବାଇ ୩୧।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଗ ବସ୍‌ ସିଜିନ ୮ର ବିଜେତା ତଥା ଅଭିନେତା ଗୌତମ ଗୁଲାଟୀ। ଗୌତମ ଗୁଲାଟୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଗୁଲାଟୀ ଲଣ୍ଡନରେ ଅଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି।

Share