ଏହି ଅଭିନେତାଙ୍କୁ ଜାଣିଶୁଣି ବାଇକ୍‌ ଚାଳକ ଦେଲେ ଧକ୍କା, ହେଲା ଏମିତି ଅବସ୍ଥା

ବିଗ୍‌ ବସ୍‌ ସିଜିନ୍‌ ୧୩ର ରନର୍ସଅପ୍‌ ରହିଥିବା ମଡେଲ ତଥା ଅଭିନେତା ଆସିମ ରିୟାଜଙ୍କୁ ଜଣେ ବାଇକ୍‌ ଚାଳକ ଧକ୍କା ଦେଇଛନ୍ତି। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ଏନେଇ ସୋସିଆଲ ମିଡିଆରେ ନିଜେ ସୂଚନା ଦେଇଛନ୍ତି ଆସିମ। ଇନ୍‌ଷ୍ଟାଗ୍ରାମରେ ଆହତ ଥିବା ଫଟୋ ଏବଂ ଭିଡିଓ ଶେୟାର କରି ସେ କହିଛନ୍ତି, ରାସ୍ତାରେ ନିଜ ସାଇକେଲରେ ଯାଉଥିବାବେଳେ ଅଚାନକ ଜଣେ ବାଇକ୍‌ ଚାଳକ ତାଙ୍କୁ ଜାଣିଶୁଣି ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡିଯାଇଥିଲେ। ତାଙ୍କ ଆଣ୍ଠୁ, କହୁଣୀ, କାନ୍ଧ ଏବଂ ପିଠିରେ ଖଣ୍ଡିଆ ହୋଇଯାଇଥିବା ଫଟୋରେ ଦେଖାଯାଉଛି। ଧକ୍କା ଦେଇଥିବା ବ୍ୟକ୍ତିଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରି ନାହିଁ। ସୋସିଆଲ ମିଡିଆରେ ଆସିମଙ୍କ ଶୁଭଚିନ୍ତକ ତାଙ୍କ ଆରୋଗ୍ୟ କାମନା କରିଛନ୍ତି। ଗତ ମାସରେ ଆସିମଙ୍କ ନିକଟ ବନ୍ଧୁ ହିମାଂଶୀ ଖୁରାନାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏପରିକି ହିମାଂଶୀଙ୍କ ଗାଡି ଚକାକୁ ମଧ୍ୟ ପଙ୍କଚର କରିଦିଆଯାଇଥିଲା।

Share