୬୭ ବର୍ଷୀୟ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କ ବିବାହ ଫଟୋ ଭାଇରାଲ

ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ମଡେଲ-ଅଭିନେତ୍ରୀ ଜସଲିନ ମଥାରୁଙ୍କ କିଛି ଫଟୋସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଗୁଡ଼ିକରେ ୬୭ ବର୍ଷୀୟ ଅନୁପ ଶେରୱାନୀ ପରିଧାନ କରିଥିବାବେଳେ ଜସଲିନ ମଥାରୁ ଲେହେଙ୍ଗା ପରିଧାନ କରି କନ୍ୟା ବେଶ ଧାରଣ କରିଥିବା ନଜର ଆସିଛନ୍ତି। ଫଟୋକୁ ଦେଖିଲେ ଜଣାପଡୁଛି ଯେ ଏହା ଘରର କୌଣସି ସ୍ଥାନରେ କ୍ଲିକ କରାଯାଇଛି। ଯଦିଓ ଜସଲିନ ମଥାରୁ ଏବଂ ଅନୁପ ଜାଲୋଟା ବିବାହ କରିଛନ୍ତି କି ନାହିଁ ତାହା ଫଟୋରୁ ସ୍ପଷ୍ଟ ହୋଇନାହିଁ, କିନ୍ତୁ ସୋସିଆଲ ମିଡିଆରେ ଏହି ଫଟୋ ଆସିବା ପରେ ମଧ୍ୟ ଏହି ଖବର ଭାଇରାଲ ହେବାରେ ଲାଗିଛି। ୩୦ ବର୍ଷୀୟା ଜସଲିନ ମଥାରୁ ଏହି ଫଟୋ ଗୁଡ଼ିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି କିନ୍ତୁ ଏଥିରେ କୌଣସି କ୍ୟାପସନ ଦେଇନାହାଁନ୍ତି। କେବଳ ଦୁଇଟି ଫାୟାର୍‌ ଇମୋଜି ଦେଇଛନ୍ତି। ଟିଭିର ସବୁଠୁ ବଡ ରିଆଲିଟି ସୋ ବିଗ ବସ ସିଜନ ୧୨ରେ ଅନୁପ ଜଲୋଟା ଏବଂ ଜସଲିନ ମଥାରୁ ଅଂଶଗ୍ରହଣ କରିଥିଲେ। ଉଭୟ ପାର୍ଟନର ଭାବରେ ଶୋ’କୁ ଆସିଥିଲେ ଏବଂ ଦୁହିଁଙ୍କର ବହୁତ ପ୍ରେମ କାହାଣୀ ବେଶ୍‌ ଆଲୋଚନା ହୋଇଥିଲା। ତେବେ ଶୋ’ରୁ ବାହାରିବା ପରେ ଦୁହେଁ କୌଣସି ପ୍ରକାରର ସଂପର୍କରେ ନ ଥିବା କହିଥିଲେ। ଉଭୟ ସ୍ବୀକାର କରିଥିଲେ ଯେ ସେମାନଙ୍କର କେବଳ ଗୁରୁ ଏବଂ ଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ ଅଛି ଏବଂ ଅନ୍ୟ କିଛି ନୁହେଁ।

Share