ବିଗ୍ ବସ୍ ସିଜିନ୍ ୮ର ପ୍ରତିଯୋଗୀ, ମଡେଲ ତଥା ରାହୁଲ ମହାଜନଙ୍କ ପୂର୍ବତନ ସ୍ତ୍ରୀ ଡିମ୍ପି ଗାଙ୍ଗୁଲି ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏହି ଖୁସି ଖବରକୁ ଡିମ୍ପି ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ରୋହିତ ରୟ ଓ ଡିମ୍ପିଙ୍କର ପୂର୍ବରୁ ଦୁଇଟି ସନ୍ତାନ ଅଛନ୍ତି। ସୋସିଆଲ ମିଡିଆରେ ଡିମ୍ପି ତାଙ୍କ ଦୁଇ ପିଲାଙ୍କ ସହ ଏକ ସୁନ୍ଦର ଫଟୋ ଶେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, ‘ଯେଉଁ ପ୍ରେମ ମୋତେ ସନ୍ତୁଷ୍ଟ କରେ, ତାହା ମୋ ପିଲାମାନଙ୍କ ଠାରୁ ମୋତେ ମିଳିଥାଏ । ମା’ ହିଁ ଦୁନିଆର ପ୍ରତ୍ୟେକ ସମସ୍ୟାର ସମାଧାନ କରିପାରିବ । ଏହା ମୋତେ ପ୍ରତ୍ୟେକ ଦିନ ଜଣେ ଭଲ ମଣିଷ ହେବାକୁ ପ୍ରେରଣା ଦିଏ। କଷ୍ଟ ସମୟରେ ମଧ୍ୟ ସାହାସ ଦେଇଥାଏ । ଏଥି ସହିତ, ଡିମ୍ପି ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ତାଙ୍କର ଏହି ପ୍ରେମ ତିନି ଗୁଣ ବୃଦ୍ଧି ପାଇବ।
ରାହୁଲ ମହାଜନଙ୍କଠାରୁ ଅଲଗା ହେବା ପରେ ଡିମ୍ପି ଦୁବାଇର ବ୍ୟବସାୟୀ ରୋହିତ ରୟଙ୍କୁ ବିବାହ କରିଥିଲେ। ବିବାହର ଗୋଟିଏ ବର୍ଷ ପରେ ଉଭୟଙ୍କର ଗୋଟିଏ ଝିଅ ହୋଇଥିଲା। ଦୁଇ ବର୍ଷ ପରେ ଡିମ୍ପି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଆଉ ଏବେ ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । ଏହି ଖୁସିକୁ ନେଇ ଡିମ୍ପି ବହୁତ ଉତ୍ସାହିତ ଅଛନ୍ତି ବୋଲି ସ୍ପଷ୍ଟ ନଜର ଆସିଛନ୍ତି।