୮ ବର୍ଷ ବୟସରେ ଯୌନ ଶୋଷଣ: ମାମୁଁ ଶାଢ଼ି ପିନ୍ଧାଇ ଢାଳୁଥିଲେ ଗରମ ମହମ..

ବମ୍ବେ: ବଲିଉଡ଼ ସିନେମାଜଗତରେ କାଷ୍ଟିଂ କାଉଚ୍‌ ଏବଂ ମିଠୁ ପରି ଘଟଣା ନୂଆ ନୁହେଁ । କେହି କେହି ଚଳଚ୍ଚିତ୍ରଜଗତ ସହ ଜଡ଼ିତ ବ୍ୟକ୍ତିଙ୍କଠାରୁ ହୁଅନ୍ତୁ ଅବା କେହି ନିଜ ସମ୍ପର୍କୀୟଙ୍କଠାରୁ ଯୌନ ଶୋଷଣର ଶିକାର ହୋଇଥିବା ସ୍ବିକାର କରନ୍ତି। ଏହି ତାଲିକାରେ ଏବେ ଯୋଡ଼ି ହୋଇଛି ଆଉ ଏକ ନାମ। ସେ ହେଲେ ବିଗ୍‌ ବସ୍‌ ପ୍ରତିଯୋଗୀ ତଥା ଡିଜାଇନର ରୋହିତ ବର୍ମା।

ରୋହିତଙ୍କୁ ଆଉ କେହି ନୁହନ୍ତି ବରଂ ନିଜ ମାମୁଁ ଶୋଷଣ କରିଥିଲେ। ସେ ମାତ୍ର ୮ ବର୍ଷର ହୋଇଥିବା ବେଳେ ସେ ତାଙ୍କର ବଳାତ୍କାର କରୁଥିଲେ। ତାଙ୍କୁ ଶାଢ଼ୀ ପିନ୍ଧାଇବା ସାଙ୍ଗକୁ ଶରୀରରେ ଗରମ ମହମ ଢ଼ାଳୁଥିଲେ। କେବଳ ଏତିକି ନୁହେଁ ଖରାପ ଭାଷାରେ ଗାଳି ମଧ୍ୟ କରୁଥିଲେ। ଚାରି ବର୍ଷ ଯାଏ ସେ ଏହାକୁ ସହି ଆସୁଥିଲେ। ଡରରେ ସେ କାହାକୁ କିଛି କହିପାରୁ ନ ଥିଲେ ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି।

Share