ଗିରଫ ହେବେ ବିଗ୍‌ ବସ ଫେମ୍‌ ସପ୍ନା ଚୌଧୁରୀ!

ହରିୟାଣାର ଡ୍ୟାନ୍ସର୍‌ ତଥା ବିଗ ବସ ଫେମ୍‌ ଅଭିନେତ୍ରୀ ସପ୍ନା ଚୌଧୁରୀ ଗିରଫ ହୋଇପାରନ୍ତି।
ଲକ୍ଷ୍ନୌର ଏସିଜିଏମ କୋର୍ଟ ତାଙ୍କ ବିରୋଧରେ ଏକ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଅର୍ଥ ହେର୍‌ଫେର୍‌ ମାମଲାରେ ସୋମବାର ଶୁଣାଣି ହୋଇଥିଲା। ହେଲେ ଅଭିନେତ୍ରୀ ଜଣଙ୍କ କୋର୍ଟରେ ହାଜର ହୋଇ ନଥିଲେ। ଏହାପରେ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି। ସୂଚନାଯୋଗ୍ୟ, ଚାରି ବର୍ଷ ପୂର୍ବେ ଡ୍ୟାନ୍ସ କାର୍ଯ୍ୟକ୍ରମ ବାତିଲ ଏବଂ ଟିକେଟ ଟଙ୍କା ଫେରସ୍ତ କରି ନଥିଲେ। ଯାହାକୁ ନେଇ ଅଭିଯୋଗ ହୋଇଥିଲା।

Share