ଅସରପା ଖାଉଥିବାର ଫଟୋ ସେୟାର କଲେ ବିଗ୍‌ ବସ୍‌ର ଫେମ୍‌

ମୁମ୍ବାଇ: ବିଗ୍‌ ବସ୍‌ ଫେମ୍‌ ଅବ୍ଦୁ ରୋଜିକ୍‌ ତାଙ୍କ ସୋସିଆଲ୍‌ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଅସରପା ଖାଉଥିବାର ନଜର ଆସିଛନ୍ତି। ଏହି ଫଟୋ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ତାଙ୍କ ପୋଷ୍ଟରେ ଫ୍ୟାନ୍ସ ତାଙ୍କୁ ‘ଖତ୍ରୋଁ କେ ଖିଲାଡି’ ପାଇଁ ଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଅବ୍ଦୁ ମଧ୍ୟ ପୋଷ୍ଟର କ୍ୟାପସନ୍‌ରେ ଲେଖିଛନ୍ତି, ମୋର ପରବର୍ତ୍ତୀ ରିଆଲିଟି ଶୋ’ ପାଇଁ ଅଭ୍ୟାସ।
ସୂଚନାଯୋଗ୍ୟ, ବିଗ୍‌ ବସ୍‌ ୧୬ର ଫେମ୍‌ ଅବ୍ଦୁ ଖତ୍ରୋଁ କେ ଖିଲାଡ ସିଜିନ୍‌ ୧୩ରେ ଭାଗନେବାକୁ ଯାଉଛନ୍ତି। ଏନେଇ ପ୍ରଶଂସକଙ୍କୁ ଅବ୍ଦୁ ସୂଚନା ଦେଇଛନ୍ତି।

Share