ବିଗ୍‌ବସ୍‌ର ନୂଆ ଲଭବାର୍ଡ !

ବମ୍ବେ: ଆରମ୍ଭ ହେବା ଦିନଠାରୁ ଚର୍ଚ୍ଚାରେ ବହୁଚର୍ଚ୍ଚିତ ଶୋ’ ‘ବିଗ୍‌ ବସ୍‌ ଓଟିଟି ୨’। ଘରେ ଥିବା ପ୍ରତିଯୋଗୀଙ୍କ ମଧ୍ୟରେ ବନ୍ଧୁତା ସହ ପ୍ରେମର ଝଲକ ଦେଖିବାକୁ ମିଳୁଛି। ସେଥିରୁ ଗୋଟିଏ ହେଲା ଫଲକ ନାଜ ଏବଂ ଅବିନାଶ ସଚଦେବାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସମ୍ପର୍କ। ଦୁହିଁଙ୍କ ମଧ୍ୟରେ ଦିନକୁ ଦିନ ସମ୍ପର୍କ ନିବିଡ଼ ହେଉଥିବା ଦେଖାଯାଉଛି। ସେମାନେ ଏକାଠି ଖାଇବା ଖାଉଛନ୍ତି। ଏହି ସମୟରେ ଅନ୍ୟ ପ୍ରତିଯୋଗୀମାନେ ତାଙ୍କୁ ଚିଡ଼ାଉଛନ୍ତି।

ନିକଟରେ ବିଗ୍‌ବସ ଘରେ ଫଲକ ଶୀର କୋରମା ରାନ୍ଧିଥିଲେ। ଏହାକୁ ଖାଇ ଅବିନାଶ ତାଙ୍କର ବହୁତ ପ୍ରଶଂସା କରିଥିଲେ। ଏପରିକି ସେ ତାଙ୍କ ମା’ଙ୍କ କଥା ମନେ ପକାଇଦେଲେ ବୋଲି କହିଥିଲେ। ଅନ୍ୟ ପ୍ରତିଯୋଗୀମାନେ ଉଭୟଙ୍କୁ ନେଇ କିଛି କହିବା ପରେ ସେଭଳି କିଛି ନ ଥିବା ଫଲକ କହିଥିଲେ। ଅବିନାଶଙ୍କୁ ସେ କେବଳ ନିଜର ବନ୍ଧୁ ବୋଲି ଭାବନ୍ତି ବୋଲି ରୋକଠୋକ ଶୁଣାଇ ଦେଇଥିଲେ। ମାତ୍ର ଅବିନାଶ ଖୋଲାଖୋଲି ଭାବେ ମନର କଥା ବ୍ୟକ୍ତ କରିଥିଲେ। ପୂର୍ବରୁ କିଛି ନ ଥିଲେ ହେଁ ଏବେ ତାଙ୍କ ମନରେ ନୂଆ ଏକ ସମ୍ପର୍କ ଗଢ଼ି ଉଠିଥିବା ସେ କହିଛନ୍ତି।

Share