ବିଗ୍‌ବସ୍‌ ଓଟିଟିରେ ହେବ ପାଞ୍ଚ ନୂଆ ଏଣ୍ଟ୍ରି

ବମ୍ବେ: ପୁଣି ଚର୍ଚ୍ଚାରେ ଟେଲିଭିଜନର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ଓଟିଟି ୨। ଜିଓ ସିନେମାରେ ଲାଇଭ୍‌ ଷ୍ଟିମିଂ ହେଉଥିବା ଏହି ଶୋ’ର ଲୋକପ୍ରିୟତାକୁ ଦେଖି ନିର୍ମାତା ଏହାର ସମୟସୀମାକୁ ଦୁଇ ସପ୍ତାହ ବଢ଼ାଇ ଦେଇଛନ୍ତି। ଘରେ ନୂଆ ପ୍ରତିଯୋଗୀଙ୍କ ଏଣ୍ଟ୍ରି ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଆଉ ପାଞ୍ଚ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଭାଗ ନେବାକୁ ଯାଉଛନ୍ତି। ସେମାନେ ଆସିବା ପରେ ଶୋ’ ଆହୁରୀ ମଜାଦାର ହେବ ବୋଲି ଦର୍ଶକ ଆଶା ରଖିଛନ୍ତି।

Share