ବ୍ୟାକ୍‌ଲେସ୍‌ ଡ୍ରେସ୍‌ ପିନ୍ଧି ଟ୍ରୋଲ ହେଲେ ଉର୍ଫି

ମୁମ୍ବାଇ: ବିଗ୍‌ବସ୍‌ରୁ ବାହାରିବା ପରେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ଉର୍ଫି ଜାଭେଦ୍‌। ସେ ତାଙ୍କର ନୂଆ ନୂଆ ଫଟୋ, ଭିଡିଓ ଶେୟାର କରି ଫ୍ୟାନ୍‌ମାନଙ୍କ ସହ ଯୋଡି ହୋଇ ରହୁଛନ୍ତି। ଏହାଛଡ଼ା ନିଜର ନିଆରା ଫ୍ୟାଶନ ଷ୍ଟାଇଲକୁ ନେଇ ମଧ୍ୟ ସେ ଦୃଷ୍ଟି ଆକର୍ଷଣ କରନ୍ତି।
ନିକଟରେ ଉର୍ଫି ଶିମିରି ବେଜି ବ୍ୟାକଲେସ୍‌ ପୋଷାକରେ ନଜର ଆସିଥିଲେ। ଡ୍ରେସ୍‌ର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଲୋକେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଅନେକ ଲୋକ ଉର୍ଫିଙ୍କୁ ଧାର୍ମିକ ଭାବନା ସହିତ ଖେଳୁଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି।

Share