ବିଗ୍‌ ବସ୍‌ ତାମିଲ ସିଜନ-୭ର ପ୍ରମୋ ରିଲିଜ୍‌, କମଲ ହାସନଙ୍କ ଧମାକାଦାର କମ୍‌ବ୍ୟାକ୍‌

ଚେନ୍ନାଇ: ବିଗ ବସ ତାମିଲର ନୂଆ ସିଜନକୁ ନେଇ କମଲ ହାସନ ପୁଣି ଫେରିଛନ୍ତି । ବିଗ୍‌ ବସ୍‌ ତାମିଲ ୭ର ନୂଆ ଟିଜର ପ୍ରମୋ ଶେଷରେ ଶୁକ୍ରବାର ଅଭିନେତା ଏବଂ ନିର୍ମାତାଙ୍କ ଦ୍ୱାରା ସୋସିଆଲ ମିଡିଆରେ ଜାରି କରାଯାଇଛି।
ପ୍ରମୋରେ କମଲ ହାସନ ସମୁଦ୍ର ଦ୍ୱାରା ଘେରି ରହିଥିବା ଏକ କାଠ ଡେକ ଉପରେ ଫସି ରହିଥିବାର ନଜର ଆସିଛନ୍ତି। ଧିରେ ଧିରେ ତାଙ୍କ ଉପରେ ଜୁମ ବଢିବା ସହିତ ଅଭିନେତା ମୁହଁରେ ହସ ଫୁଟାଇ ଆଙ୍ଗୁଳି ସାହାଯ୍ୟରେ ଅଙ୍ଗଭଙ୍ଗୀ କରନ୍ତ। ଏହି ସିଜନର ନୂତନ ଲୋଗୋ ମଧ୍ୟ ପ୍ରକାଶ ପାଇଛି। ଏହା ସିଲଭର ଓ ଗୋଲଡେନ ଡିଜାଇନର କମ୍ବିନେଶନ।
ବିଗ ବସ ତାମିଲ ସିଜନ ୭ ଷ୍ଟାର୍‌ ଚ୍ୟାନେଲ ଏବଂ ଡିଜିଟାଲ ଷ୍ଟ୍ରିମିଂ ପ୍ଲାଟଫର୍ମ ଡିଜନି + ହଟଷ୍ଟାରରେ ପ୍ରସାରିତ ହେବାକୁ ଯାଉଛି। ଯଦିଓ ପ୍ରତିଯୋଗୀମାନଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ଅଫଇସିୟାଲି ଘୋଷଣା କରାଯାଇ ନାହିଁ, ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଏହି ସିଜନରେ ଜ୍ୟାକଲିନ, ଅଭିନେତା ପୃଥ୍ବିରାଜ, ମହିଳା ବସ ଡ୍ରାଇଭର ଶର୍ମିଲା ଏବଂ ବିଗ ବସ ୬ର ଷ୍ଟାର ରଚିତାଙ୍କ ସ୍ବାମୀ ଦୀନେଶ ଏହି ସିଜନରେ ଦେଖାଯାଇପାରନ୍ତି।
କମଲ ହାସନ ନିକଟରେ ସାନ ଡିଏଗୋ କମିକ-କନ ୨୦୨୩ରେ ନାଗ ଅସୱିନଙ୍କ କଲ୍କି ୨୮୯୮ଏଡି ର ପ୍ରଥମ ଝଲକ ପ୍ରକାଶ କରିଥିଲେ। ଏହି ମୁଭିରେ ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନ ପ୍ରମୁଖ ଭୂମିକାରେ ଅଛନ୍ତି। ଆସନ୍ତା ବର୍ଷ ଜାନୁୟାରୀରେ ଏହା ମୁକ୍ତିଲାଭ କରିବ।
ନିଜର ରାଜନୈତିକ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରଖିଥିବା କମଲ ହାସନଙ୍କର ବର୍ତ୍ତମାନ ଅନେକ ଗୁଡିଏ ପ୍ରକଳ୍ପ ରହିଛି। ଫିଲ୍ମ ବ୍ୟତୀତ ଅଭିନେତା ପ୍ରସିଦ୍ଧ ଟେଲିଭିଜନ ରିଆଲିଟି ସୋ ବିଗ ବସ ତାମିଲକୁ ମଧ୍ୟ ହୋଷ୍ଟ କରୁଛନ୍ତି।

Share