ବିଗ୍‌ବସ୍‌ ୧୬ ଘର ପାଲଟିଲା ‘ମିନି ପାକିସ୍ତାନ’!

ବମ୍ବେ: ବିଗ୍‌ବସ୍‌ ଘର ପାଲଟିଛି ‘ମିନି ପାକିସ୍ତାନ’। ପରିସ୍ଥିତି ଏଭଳି ହୋଇଛି ଯେ ଅଟା-ବେସନ-ଚାଉଳ ୫୦ ହଜାର ଟଙ୍କା, ପନିପରିବା ୬୦ ହଜାର, ଅଲମଣ୍ଡ କ୍ଷୀର ୧ ଲକ୍ଷ, ବ୍ରେଡ୍‌ ୨୫ହଜାର ଟଙ୍କାରେ ମିଳୁଛି। ଏଥର ବିବି ଷ୍ଟୋରର ମୂଲ୍ୟ ୧୦ ଲକ୍ଷ ଯାଏ ରଖାଯାଇଛି। ଏଭଳି ସ୍ଥିତିରେ ବିଗ୍‌ବସ୍‌ ଘରକୁ ପାକିସ୍ତାନ ନୁହେଁ ତ ଆଉ କ’ଣ କୁହାଯିବ। ମଙ୍ଗଳବାର ଶୋ’ର ପ୍ରମୋ ଭାଇରାଲ ପରେ ସୋସିଆଲ ମିଡିଆରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ପାକିସ୍ତାନର ଦରଦାମ ଏତେ ବଢ଼ିଯାଇଛି ଯେ ସେଠାକାର ବାସିନ୍ଦା ସାଧାରଣ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରୁଛନ୍ତି। ଅଟାର ମୂଲ୍ୟ ୧୫୦ ଟଙ୍କା କିଲୋପିଛା ପହଞ୍ଚିଛି। ଏହାଠାରୁ ଖରାପ ସ୍ଥିତି କିନ୍ତୁ ବିଗ୍‌ବସ୍‌ ଘରେ ଦେଖାଯାଇଛି। ଖାଇବା ଜିନିଷର ଦର ଦେଖି ପ୍ରତିଯୋଗୀ ଚକିତ ହୋଇଛନ୍ତି। ଭୋକରେ ରହିବେ ପଛେ ଲକ୍ଷ ଲକ୍ଷ ଟଙ୍କା ଦେଇ ସାମଗ୍ରୀ କିଣିବେ ନାହିଁ ବୋଲି ସେମାନେ ଭାବିଛନ୍ତି। କାରଣ ଉକ୍ତ ଟଙ୍କା ତାଙ୍କ ପୁରସ୍କାର ରାଶିରୁ କାଟିଦିଆଯିବ।

ଦେଖନ୍ତୁ ପ୍ରମୋ:

Share