ବଦଳିଲା ‘ଓ୍ବିକେଣ୍ଡ କା ଓ୍ବାର’ର ସମୟ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ବିବାଦୀୟ ରିଆଲିଟି ଶୋ’ ‘ବିଗବସ୍‌ ୧୬’। ଅକ୍ଟୋବର ପହିଲାରୁ ଶୋ’ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଗୋଟିଏ ପରେ ଗୋଟିଏ ଖୁଲାସା ପ୍ରଶଂସକଙ୍କୁ ଚକିତ କରୁଛି। ସେଥିରୁ ପ୍ରଥମ ପରିବର୍ତ୍ତନଟି ହେଲା ଚଳିତ ଥରର ‘ଓ୍ବିକେଣ୍ଡ କା ଓ୍ବାର’। ପନ୍ଦର ସିଜନ ପରେ ଏହାକୁ ଶନିବାର ଏବଂ ରବିବାର ପରିବର୍ତ୍ତେ ଶୁକ୍ରବାର ଏବଂ ଶନିବାର କରାଯିବ ବୋଲି ଘୋଷଣା କରାଯାଇଛି। ଚଳିତ ଥର ବିଗ୍‌ବସ୍‌ ଶୋ’ରେ ଗେମ୍‌ ଖେଳିବେ। ଏପରିକି ସେ ହୋଷ୍ଟ ସଲମାନଙ୍କୁ ମଧ୍ୟ ଛାଡିବେ ନାହିଁ। ଏହାଛଡ଼ା ତିନୋଟି ନୂଆ ଜିନିଷ ଦର୍ଶକଙ୍କୁ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

Share