ବିଗ୍‌ ବସ୍‌ ଜିତିଲେ ତେଜସ୍ବୀ ପ୍ରକାଶ

ମୁମ୍ବାଇ: ଅଭିନେତ୍ରୀ ତେଜସ୍ବୀ ପ୍ରକାଶ ବିଗ୍‌ ବସ୍‌-୧୫ ସିଜିନ ବିଜୟିନୀ ହୋଇଛନ୍ତି। ୪ ମାସ ଧରି ଦର୍ଶକଙ୍କ ମନୋରଞ୍ଜନ କରିଥିବା ସଲମାନ୍‌ ଖାନ୍‌ଙ୍କ ରିଅଲିଟି ଶୋ’ ବିଗ୍‌ ବସ୍‌-୧୫ ସିଜିନର ସେ ଅନ୍ୟତମ ପ୍ରମୁଖ ପ୍ରତିଯୋଗୀ ଥିଲେ। ସିରିଏଲ ‘ସ୍ବରାଗିଣୀ’ର ଏହି ଅଭିନେତ୍ରୀ ଟାଇଟଲ ଜିତିବା ପରେ ପୁରସ୍କାର ବାବଦରେ ୪୦ ଲକ୍ଷ ଟଙ୍କା ଏବଂ ଟ୍ରଫି ପାଇଛନ୍ତି। ‘ସିଲସିଲା ବଦଲ୍‌ତେ ରିସ୍ତୋଁ କା-୨’ ରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପ୍ରଶଂସା କରିଥିଲେ। ବିଗ୍‌ ବସ୍‌-୧୫ ଗ୍ରାଣ୍ଡ୍‌ ଫିନାଲେରେ କରନ କୁନ୍ଦ୍ରା, ତେଜସ୍ବୀ, ନିଶାନ୍ତ ଭଟ୍ଟ ଏବଂ ପ୍ରତୀକ ସେହଜପାଲ ଟ୍ରଫି ପାଇଁ ପ୍ରତିଯୋଗିତା କରିଥିଲେ। ପ୍ରତୀକ ପ୍ରଥମ ରନର୍‌ ଅପ୍‌ ଏବଂ କରନ କୁନ୍ଦ୍ରା ଦ୍ୱିତୀୟ ରନର୍‌ ଅପ୍‌ ହୋଇଛନ୍ତି।

Share