ହମାସ୍‌ ପକ୍ଷରୁ ନିର୍ମିତ ୪ କି.ମି. ସୁଡ଼ଙ୍ଗ ଠାବ କଲା ଇସ୍ରାଏଲୀ ସେନା

ଗାଜା,୧୮ା୧୨: ଗାଜାରେ ହମାସ୍‌ ପକ୍ଷରୁ ନିର୍ମିତ ୪ କି.ମି. ଲମ୍ବର ଏକ ସୁଡ଼ଙ୍ଗକୁ ଇସ୍ରାଏଲୀ ସେନା ଠାବ କରିଛି। ଏହାକୁ ସଶସ୍ତ୍ର ବାହିନୀ ହମାସ୍‌ର ସବୁଠୁ ଦୀର୍ଘ ଟନେଲ ବୋଲି କୁହାଯାଉଛି। ଅସ୍ତ୍ରବିରତି ପାଇଁ ଅନ୍ତର୍ଜାତୀୟ ଚାପ ସତ୍ତ୍ୱେ ଇସ୍ରାଏଲ ସେନା ଗାଜା ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଏରେଜ୍‌ ସୀମା ନିକଟରେ ଏହି ସୁଡ଼ଙ୍ଗ ଠାବ କରାଯାଇଛି।

ଏହି ଟନେଲ ଦେଇ ଯାନବାହନ ଯିବାଆସିବା କରିପାରିବ। ସୁଡ଼ଙ୍ଗରେ ବିଦ୍ୟୁତ୍‌, ନିଷ୍କାସନ ଓ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ରହିଛି। ହମାସ୍‌ ନେତା ୟାହୟା ସିନ୍‌ଓ୍ବରଙ୍କ ଭାଇ ମୋହମଦ ସିନ୍‌ଓ୍ବରଙ୍କ ନେତୃତ୍ୱରେ ସୁଡ଼ଙ୍ଗ ର୍ମାଣ କରାଯାଇଥିବା ଇସ୍ରାଏଲ ପକ୍ଷରୁ ସୂଚନା ଦିଆଯାଇଛି।

Share