ଦିଲ୍ଲୀର ସବୁଠୁ ବଡ଼ ଜମ୍ବୋ ମୋମୋ: ବଢ଼ୁଛି ଲୋକଙ୍କ ଚାହିଦା

ଦିଲ୍ଲୀର ଅଧିକାଂଶ ଲୋକଙ୍କ ପ୍ରିୟ ଚାଇନିଜ୍‌ ଖାଦ୍ୟ ହେଉଛି ମୋମୋ। ତେଣୁ ସେଠାରେ ମଲ୍‌ ହେଉ କି ପାର୍କ ପ୍ରାୟ ସବୁସ୍ଥାନରେ ମୋମୋ ଷ୍ଟଲ୍‌ ଦେଖିବାକୁ ମିଳିଥାଏ। କିନ୍ତୁ ଦିଲ୍ଲୀର ଏକ ଭିନ୍ନ ପ୍ରକାର ମୋମୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ଦିଲ୍ଲୀର ଓ୍ବେଷ୍ଟ ପଟେଲ ନଗରରେ ଇଣ୍ଡି ମୋମୋ ନାମକ ଏକ ରେଷ୍ଟୁରାଣ୍ଟ ସବୁଠାରୁ ବଡ଼ ମୋମୋ ବିକ୍ରି କରୁଥିବାର ଦାବି କରିଛି। ଏହି ମୋମୋକୁ ଦେଖିବା ପରେ ମଧ୍ୟ ତାହା ସବୁଠାରୁ ବଡ଼ ମୋମୋ ପରି ମନେ ହେଉଛି। ୧୦ଟି ମୋମୋ ସହ ସମାନ ଏହି ଜମ୍ବୋ ମୋମୋ ସମସ୍ତ ମୋମୋ ପ୍ରେମୀଙ୍କ ପ୍ରିୟ ହୋଇପାରିଛି। ଏହି ଜମ୍ବୋ ମୋମୋରେ ୩ଟି ଜିନିଷ, ପରିବା, ପନିର ଏବଂ ଚିକେନ ପୁର ଦେଇ ତିଆରି କରାଯାଇଛି। ଲୋକଙ୍କ ମଧ୍ୟରେ ଏହି ମୋମୋର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଇଣ୍ଡି ମୋମୋର ମାଲିକଙ୍କ କହିବାନୁଯାୟୀ, ଭେଜ୍‌ ମୋମୋର ମୂଲ୍ୟ ହେଉଛି ୧୨୦ ଟଙ୍କା, ପନିର ମୋମୋ ୧୫୦ ଏବଂ ଚିକେନ ମୋମୋର ମୂଲ୍ୟ ୧୭୦ ଟଙ୍କା। ଏହି ଜମ୍ବୋ ମୋମୋ ସହ ଚଟଣି ମଧ୍ୟ ପରଷାଯାଉଛି।

 

Share