ଦୁର୍ବୁତ୍ତଙ୍କ ଗୁଳିରେ ଆଇଏସ୍‌ଆଇ ଏଜେଣ୍ଟଙ୍କ ମୃତ୍ୟୁ

କାଠମାଣ୍ଡୁ, ୨୨ା୯: ଭାରତକୁ ବିପୁଳ ସଂଖ୍ୟାରେ ନକଲି ନୋଟ ପଠାଉଥିବା ପାକିସ୍ତାନ ଇଣ୍ଟର-ସର୍ଭିସ୍‌ ଇଣ୍ଟେଲିଜେନ୍ସ(ଆଇଏସ୍‌ଆଇ) ଏଜେଣ୍ଟ ଲାଲ୍‌ ମହମ୍ମଦ ଓରଫ୍‌ ମହମ୍ମଦ ଦରଜି(୫୫) ଗତ ୧୯ ତାରିଖରେ ନେପାଳରେ ନିହତ ହୋଇଛନ୍ତି। କେତେଜଣ ଅଚିହ୍ନା ଦୁର୍ବୃତ୍ତ ତାଙ୍କୁ ଗୁଳି କରୁଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି। ମହମ୍ମଦ ଏକ କାର୍‌ରୁ ଓହ୍ଲାଉଥିବା ବେଳେ ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ସେ ଏଥିରୁ ବର୍ତ୍ତିବା ପାଇଁ କାର୍‌ରେ ଲୁଚିବାକୁ ଚେଷ୍ଟା କରୁଥିଲେ ହେଁ ଆତତାୟୀମାନେ ଗୁଳି ଫୁଟାଇ ଚାଲିଥିଲେ। ମହମ୍ମଦଙ୍କ ଝିଅ ତାଙ୍କୁ ରକ୍ଷା କରିବା ପାଇଁ ପ୍ରଥମ ମହଲା ଛାତରୁ ତଳକୁ ଡେଇଁଥିଲେ ହେଁ ବାପାଙ୍କୁ ବଞ୍ଚାଇ ପାରି ନ ଥିଲେ। ସେଠାରୁ ସେ ଦୌଡ଼ି ପଳାଇଯିବାରେ ସକ୍ଷମ ହୋଇଥିଲେ। ବାଂଲାଦେଶ ଓ ପାକିସ୍ତାନରୁ ଜାଲ୍‌ ନୋଟ୍‌ ନେପାଳକୁ ଯାଉଥିଲା। ଲାଲ୍‌ ମହମ୍ମଦ ତାହାକୁ ସେଠାରୁ ଭାରତ ପଠାଉଥିଲେ। ସେ ଅଣ୍ଡରଓ୍ବାଲର୍‌ଡ ଗ୍ୟାଙ୍ଗ୍‌ଷ୍ଟର ଦାଉଦ୍‌ ଇବ୍ରାହିମ୍‌ଙ୍କ ସହ ଲିଙ୍କ୍‌ ରଖିଥିଲେ। ଅନ୍ୟ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଲାଲ୍‌ ମହମ୍ମଦ ତାଙ୍କ ପାଖରେ ଆଶ୍ରୟ ଦେଇଥିଲେ।

Share