Categories: ବାଣିଜ୍ୟ

କଟକରେ ବିଗ୍‌ୱିଙ୍ଗ୍‌ର ନୂତନ ଆଉଟ୍‌ଲେଟ

ଭୁବନେଶ୍ୱର,୨୫।୭: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ଆଉ ଏକ ଏକ୍ସକ୍ଲୁସିଭ ବିଗ୍‌ଓ୍ବିଙ୍ଗ ଆଉଟଲେଟ ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି କଟକ ଲିଙ୍କ୍‌ରୋଡ୍‌ସ୍ଥିତ ଓଏସ୍‌ଏଲ୍‌ ଟାୱାର ନିକଟସ୍ଥ କଟକ ସେଣ୍ଟ୍ରାଲ ନାମରେ ଏହି ନୂଆ ଶୋ’ରୁମ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏଠାରେ ହୋଣ୍ଡା ବିଗଓ୍ବିଙ୍ଗର ସମସ୍ତ ନୂଆ ପ୍ରିମିୟମ୍‌ ମୋଟରସାଇକେଲ୍‌ର ସେଲ୍‌ସ ଓ ସର୍ଭିସ୍‌ ଉପଲବ୍ଧ। ସେହିଭଳି ବିଗ୍‌ୱିଙ୍ଗର ଉଚ୍ଚ ତାଲିମପ୍ରାପ୍ତ ପ୍ରଫେସନାଲମାନେ ଗ୍ରାହକଙ୍କୁ ଉପତ୍ାଦ ସମ୍ପର୍କିତ ସମସ୍ତ ପ୍ରଶ୍ନ କିମ୍ବା ଆସେସୋରିଜ୍‌ ଆବଶ୍ୟକତାର ସମାଧାନ କରୁଥିବାବେଳେ ବିଗ୍‌ୱିଙ୍ଗ ୱେବସାଇଟ୍‌ରେ ମଧ୍ୟ ସମସ୍ତ ବିବରଣୀ ଉପଲବ୍ଧ ରହିଛି। ସେଥିରେ ଅନଲାଇନ୍‌ ବୁକିଂ ବିକଳ୍ପ ରହିଛି, ଯାହା ଜରିଆରେ ଗ୍ରାହକମାନେ ନିଜ ସୁବିଧା ସ୍ଥାନରେ ରହି ବୁକିଂ କରିପାରୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ବିଗ୍‌ୱିଙ୍ଗ ଉପଲବ୍ଧ ରହିବ। ଅପରପକ୍ଷରେ ହୋଣ୍ଡା ହାଇନେସ୍‌ ସିବି୩୫୦ ଓ ସିବି୩୫୦ଆର୍‌ଏସ୍‌ କଷ୍ଟମାଇଜେସନ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି, ଯାହା ଜରିଆରେ ଗ୍ରାହକମାନେ ନିଜ ପସନ୍ଦର ଷ୍ଟାଇଲ୍‌ ଚୟନ କରିପାରୁଛନ୍ତି। ଗ୍ରାହକମାନଙ୍କ ପରିବର୍ତ୍ତିତ ଆବଶ୍ୟକତା ପୂରଣ କରିବା ଲାଗି ୬ପ୍ରକାର କଷ୍ଟମ୍‌ କିଟ୍‌ ରହିଛି। ହାଇନେସ୍‌ ସିବି୩୫୦ରେ ଚାରିଟି ଓ ସିବି୩୫୦ଆର୍‌ଏସ୍‌ରେ ଦୁଇଟି କଷ୍ଟମ୍‌ କିଟ୍‌ ରହିଛି। ଉଲ୍ଲେଖଯୋଗ୍ୟ,ଏହା ପୂର୍ବରୁ ଓଡ଼ିଶା ବଜାରରେ କମ୍ପାନୀର ଦୁଇଟି ବିଗ୍‌ୱିଙ୍ଗ ଶୋ’ରୁମ୍‌ ଭୁବନେଶ୍ୱର ଓ ଅନୁଗୋଳରେ ରହିଛି। ଏପରିକି ସାରା ଦେଶରେ୧୨୭ ରୁ ଅଧିକ ବିଗ୍‌ୱିଙ୍ଗ୍‌ ଟଚ୍‌ପଏଣ୍ଟ ରହିଛି।

Share