Categories: ଜାତୀୟ

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ୧୨ କୋଟି ବିନିମୟରେ ନିର୍ମାଣ ହୋଇଥିବା ବ୍ରିଜ୍‌

ପାଟନା,୧୮।୬: ବିହାରର ଅରାରିଆ ଜିଲାର ଆଉ ଏକ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡି ପଡ଼ିଛି। ଶିଖୀ ବ୍ଲକ ଏବଂ କୁର୍ସାକାଟାକୁ ସଂଯୋଗ କରିବା ପାଇଁ ଏହି ସେତୁ ନିର୍ମାଣ କରାଯାଉଥିଲା। ଏହା ଅଞ୍ଚଳର ବକରା ନଦୀ ଉପରେ ନିର୍ମାଣ କରାଯାଉଥିଲା। ତେବେ ଉଦଘାଟନ ପୂର୍ବରୁ ବ୍ରିଜଟି ଭୁଶୁଡ଼ିବା ପରେ ଏହାର ନିର୍ମାଣରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି।

ଜିଲାର ଶିଖୀ ବ୍ଲକ ଏବଂ କୁର୍ସାକାଟାକୁ ସଂଯୋଗ କରୁଥିବା ଏହି ସେତୁ ନିର୍ମାଣ ପ୍ରାୟ ଶେଷ ହୋଇଥିଲା। ୧୨ କୋଟି ଟଙ୍କା ବ୍ୟୟରେ ଏହି ସେତୁ ର୍ନିମାଣ କରାଯାଉଥିଲା। ଖୁବଶୀଘ୍ର ଏହାର ଉଦ୍‌ଘାଟନ କରାଯାଇଥାନ୍ତା। ବ୍ରିଜକୁ ନେଇ ସ୍ଥାନୀୟ ଲୋକମାନେ ବହୁତ ଖୁସି ଥିଲେ, କାରଣ ସେମାନଙ୍କର ଦୈନନ୍ଦିନ ଯାତାୟାତ ସମସ୍ୟା ଶେଷ ହେବାକୁ ଯାଉଥିଲା। ହେଲେ ତାହା ପୂର୍ବରୁ ବ୍ରିଜ୍‌ଟି ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟବଶତଃ ଏହା ଉଦ୍‌ଘାଟନ ପୂର୍ବରୁ ସେତୁ ଭୁଶୁଡି ପଡିଛି, ନଚେତ ଯଦି ଏହା ଉପରେ ଯାତାୟାତ ଆରମ୍ଭ ହୋଇଥାନ୍ତା, ତେବେ ଏକ ବଡ ଦୁର୍ଘଟଣା ମଧ୍ୟ ହୋଇଥାନ୍ତା ବୋଲି ଚର୍ଚ୍ଚା ହେଉଛି।

Share