Categories: ଜାତୀୟ

୫ ମାସ ହେଲା ଖାଲି ପାଦରେ ଚାଲୁଛନ୍ତି ପୂର୍ବତନ ବିଧାୟକ, ପଛରେ ରହିଛି ଏହି କାରଣ

ପାଟନା, ୨।୯: ବିହାର ବିଧାନସଭା ନିର୍ବାଚନ ଚଳିତବର୍ଷ ଶେଷଆଡକୁ ହେବା ଅଛି। ଏହାପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏସବୁ ଭିତରେ ଜଣେ ପୂର୍ବତନ ବିଧାୟକ ଚର୍ଚ୍ଚାରେ ଅଛନ୍ତି। ସେ ଗତ ୫ ମାସ ହେବ ବିନା ଚପଲରେ ଚାଲୁଛନ୍ତି। ତାଙ୍କ ନାମ ଜବାହର ପ୍ରସାଦ। ସେ ସାସାରାମ ବିଧାନସଭା ଆସନରୁ ୫ଥର ବିଧାୟକ ରହିସାରିଛନ୍ତି। ସେ ଏବେ ଭାଜପାରେ ଅଛନ୍ତି। ଗତ ମାର୍ଚ୍ଚ ମାସରୁ ସେ ବିନା ଚପଲରେ ଯାତ୍ରା କରୁଛନ୍ତି। ଏହାପଛରେ ଏକ କାରଣ ମଧ୍ୟ ରହିଛି। ଯେଉଁ ପର୍ଯ୍ୟନ୍ତ ଦେଶରୁ କରୋନା ନ ସରିଛି ସେପର୍ଯ୍ୟନ୍ତ ସେ ଖାଲି ପାଦରେ ରହିବେ ବୋଲି କହିଛନ୍ତି। ବିରୋଧୀ ଦଳ ଏହାକୁ ଶସ୍ତା ଲୋକପ୍ରିୟତା ବୋଲି କହିଛି। ଆଗକୁ ନିର୍ବାଚନ ଆସୁଥିବାରୁ ଚର୍ଚ୍ଚାରେ ରହିବ ପାଇଁ ଜବାହର ଏମିତି କରୁଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

Share