Categories: ଜାତୀୟ

ତେଜ ପ୍ରତାପଙ୍କୁ ଅଡୁଆରେ ପକାଇ ପାରନ୍ତି ପତ୍ନୀ କିନ୍ତୁ ସହଯୋଗ କରିପାରନ୍ତି ଶାଳୀ

ପାଟନା,୨୮ ।୯: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ । ଏହା ଯେତିକି ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି । ଏଥର କିନ୍ତୁ ନିଜ ବିଜୟକୁ ନେଇ ଚିନ୍ତିତ ଅଛନ୍ତି ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ । କାରଣ ତାଙ୍କ ବିରୋଧରେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ନିର୍ବାଚନ ଲଢି ଇମୋସନାଲ କାର୍ଡ ଖେଳିବେ ବୋଲି ଅନୁମାନ କରାଯାଉଛି । ଏହି ଡରରେ ଏଥର ପୂର୍ବ ନିର୍ବାଚନ ମଣ୍ଡଳୀ ବୈଶାଳୀର ମହୁଆ ଆସନକୁ ବଦଳାଇ ହସନପୁରରୁ ନିର୍ବାଚନ ଲଢୁଛନ୍ତି ତେଜ ପ୍ରତାପ । ତେବେ ସେଠାରେ ବି ପତ୍ନୀ ଐଶ୍ୱର୍ଯ୍ୟା ଠିଆ ହୋଇ ପାରନ୍ତି ବୋଲି ତେଜ ପ୍ରତାପଙ୍କ ଶ୍ୱଶୁର ତଥା ଆର୍‌ଜେଡି ନେତା ଚନ୍ଦ୍ରିକା ରାୟ ସାମାନ୍ୟ ସୂଚନା ଦେଇଛନ୍ତି । ତେଣୁ ଗୋଟିଏ ପଟେ ତେଜ ପ୍ରତାପଙ୍କୁ ହରାଇବାକୁ ଶ୍ୱଶୁର ଓ ପତ୍ନୀ ଲାଗି ପଡିଥିବା ବେଳେ ଅନ୍ୟପଟେ ତାଙ୍କୁ ତାଙ୍କ ଶାଳୀ ଡ. କରିସ୍ମା ରାୟ ସାହାଯ୍ୟ କରିବେ ବୋଲି ଶୁଣିବାକୁ ମିଳୁଛି । କାରଣ କରିସ୍ମା କିଛିଦିନ ତଳେ ଆର୍‌ଜେଡିରେ ଯୋଗ ଦେଇଥିବାରୁ ସେ ଭିଣୋଇ ତେଜ ପ୍ରତାପଙ୍କୁ ସାହାଯ୍ୟ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ତେଜ ପ୍ରତାପ ଏବେ ପତ୍ନୀ ଐଶ୍ୱର୍ଯ୍ୟାଙ୍କଠାରୁ ଅଲଗା ହେବାପାଇଁ କୋର୍ଟରେ ମାମଲା ଚାଲିଛି । ତେଣୁ ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ତୁତୁମେମେ ଲାଗି ରହିଛି ।

Share