Categories: ଜାତୀୟ

ବିହାର ବିଧାନସଭା ନିର୍ବାଚନୀ ପ୍ରଚାର: ପାଟନାରେ ବ୍ୟବହୃତ ହେବ ୪୭ ପଡ଼ିଆ, ୧୯ ହଲ୍‌

ପାଟନା, ୪।୧୦: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନୀ ପ୍ରଚାରରେ ରାଜଧାନୀ ପାଟନାରେ ୪୭ ଟି ଖୋଲା ପଡ଼ିଆ ଏବଂ ୧୯ଟି ହଲ୍‌ ବ୍ୟବହାର କରାଯିବ। ଏନେଇ ପାଟନା ଜିଲାପାଳ କୁମାର ରବି ସୂଚନା ଦେଇଛନ୍ତି। ନିର୍ବାଚନୀ ରାଲିରେ ୧୦୦ରୁ ଅଧିକ ଲୋକ ଯୋଗଦେଇ ପାରିବେ ନାହିଁ। ସେହିପରି ହଲ୍‌ରେ ପ୍ରଚାର ସମୟରେ ୨୦୦ରୁ ଅଧିକ ଲୋକଙ୍କୁ ଯୋଗଦେବାର ସ୍ବୀକୃତି ମିଳିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବିହାରର ୨୪୩ ବିଧାନସଭା ଆସନ ପାଇଁ ୩ଟି ପର୍ଯ୍ୟାୟରେ ଭୋଟ ଦାନ କରାଯିବ। ଅକ୍ଟୋବର ୨୮ରେ ୭୧ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ନଭେମ୍ବର ୩ରେ ୯୪ଟି ଆସନ ଏବଂ ନଭେମ୍ବର ୭ରେ ୭୮ଟି ଆସନ ପାଇଁ ମତଦାନ କରାଯିବ। ନଭେମ୍ବର ୧୦ରେ ଭୋଟ ଗଣତି କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଅନ୍ତିମ ତାରିଖ ଅକ୍ଟୋବର ୧୦ ରହିଛି।

Share