Categories: ଜାତୀୟ

୨୯ ନଭେମ୍ବର ପୂର୍ବରୁ ଶେଷ ହେବ ବିହାର ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୪।୯: କରୋନା ମହାମାରୀ ପରେ ବି ନିର୍ବାଚନ କମିଶନ ବିହାର ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ବୋଲି ଶୁକ୍ରବାର ପ୍ରକାଶ କରିଛନ୍ତି। ଏହାସହ ଆଉ ଏକ ବଡ ଘୋଷଣା ନିର୍ବାଚନ କମିଶନଙ୍କ ଦ୍ୱାରା କରାଯାଇଛି। ବିହାର ବିଧାନସଭା ସହ ଦେଶର ବିଭିନ୍ନ ରାଜ୍ୟର ୬୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ନିର୍ବାଚନ କରାଯିବ ଓ ୬୫ ଆସନରେ ଉପନିର୍ବାଚନ କରାଯିବ ବୋଲି ଘୋଷଣା କରାଯାଇଛି। ତେବେ ବିହାର ବିଧାନସଭା ନିର୍ବାଚନର ତାରିଖ ଉଚିତ୍‌ ସମୟରେ ଜଣାଇ ଦିଆଯିବ। ଉଭୟ ଉପନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବା ସହ ୨୯ ନଭେମ୍ବର ପୂର୍ବରୁ ବିହାର ବିଧାନସଭା ନିର୍ବାଚନ ଶେଷ ହେବ ବୋଲି ନିର୍ବାଚନ କମିଶନ କହିଛନ୍ତି। ଏଥିପାଇଁ ରହିଥିବା ଗାଇଡ୍‌ ଲାଇନ ଅନୁଯାୟୀ, ପ୍ରାର୍ଥୀମାନେ ଅନ୍‌ଲାଇନ ନୋମିନେଶନ କରିବାକୁ ପଡିବ। ଯଦି କେହି ଫିଜିକାଲି ନୋମିନେଶନ ଦାଖଲ କରିବାକୁ ଚାହିଁବେ ଏଥିପାଇଁ ମାତ୍ର ୨ ଜଣଙ୍କୁ ଅନୁମତି ମିଳିବ। ଏଥିରେ ଭୋଟରଙ୍କ ସ୍ବାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏଥିରେ ଫେସ୍‌ ମାସ୍କ ଓ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦିଆଯିବ। ବିହାର ନିର୍ବାଚନ ୩ଟି ପର୍ଯ୍ୟାୟରେ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ତେବେ ବିହାର ବିଧାନସଭାର ୨୪୩ ବିଧାନସଭା ଆସନ ଓ ବାଲ୍ମିକି ନଗର ଲୋକସଭା ଆସନ ପାଇଁ ନିର୍ବାଚନ ହେବ।

Share