Categories: ଜାତୀୟ

ନୀତିଶଙ୍କୁ ଧ୍ରୁତରାଷ୍ଟ୍ର ସହ ତୁଳନା କଲେ ରାବ୍ରି ଦେବୀ

ପାଟନା,୨୪।୩: ବିହାର ବିଧାନସଭାରେ ହଙ୍ଗାମା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଧ୍ରୁତରାଷ୍ଟ୍ର ସହ ତୁଳନା କଲେ ରାବ୍ରି ଦେବୀ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ରାବିଡି ଟୁଇଟ୍‌ କରି କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଧ୍ରୁତରାଷ୍ଟ୍ର ସହ ତୁଳନା କରିଛନ୍ତି। ବିଧାନସଭାରେ ମହିଳା ବିଧାୟକଙ୍କ ବସ୍ତ୍ରହରଣ କରାଯାଇଛି। ସର୍ବସମ୍ମୁଖରେ ଶାଢି ଖୋଲି ଦିଆଯାଇଛି। ଅବର୍ଣ୍ଣନୀୟ ଭାବେ ଅସଦାଚରଣ କରାଯାଇଛି। ସବୁ ସୀମା ଟପିଥିଲେ ମଧ୍ୟ ନୀତିଶ ଧ୍ରୁତରାଷ୍ଟ୍ର ଭଳି ବସି ସବୁ ଦେଖୁଥିଲେ। ଶାସନ ଯିବ-ଆସିବ, କିନ୍ତୁ ଇତିହାସ ତୁମକୁ କେବେ କ୍ଷମା ଦେବ ନାହିଁ ବୋଲି ରାବ୍ରି କହିଛନ୍ତି। ସୂଚନାଯୋଗ୍ୟ, ଆରଜେଡି ନେତାମାନେ ବିହାର ସ୍ବତନ୍ତ୍ର ସଶସ୍ତ୍ର ପୋଲିସ ବିଲ ୨୦୨୧ ବିରୋଧରେ ସ୍ଲୋଗାନ ଦେଇଥିଲେ। କିଛି ବିରୋଧୀଦଳ ନେତା ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନାଙ୍କୁ ତାଙ୍କ ଚାମ୍ବରରୁ ବାହାରକୁ ଯିବାକୁ ଅଟକାଇବା ପରେ ପୋଲିସ କର୍ମଚାରୀମାନେ ବିଧାୟକଙ୍କୁ ବାହାର କରିବା ପାଇଁ ସେଠାକୁ ଯାଇଥିଲେ।ଏହି ସମୟରେ ମହିଳା ବିଧାୟକଙ୍କ ସହ ଅସଦାଚରଣ କରାଯାଇଥିବା ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି।

Share