Categories: ଜାତୀୟ

ମୁଣ୍ଡରେ ହେଲ୍‌ମେଟ, ହାତରେ ଗିନି: ବିଧାନସଭାରେ ପହଞ୍ଚିଲେ ଆରଜେଡି ବିଧାୟକ

ପଟନା,୨୬।୭: ବିହାର ବିଧାନସଭାର ପାଞ୍ଚ ଦିନିଆ ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଗତ ବିଧାନସଭା ଅଧିବେଶନରେ ବିଧାୟକଙ୍କ ସହ ହୋଇଥିବା ମାରପିଟ ବିରୋଧରେ ବିରୋଧ ପ୍ରଦର୍ଶନ କରି ମଖଦମ୍ପୁରର ଆରଜେଡି ବିଧାୟକ ସତୀଶ ଦାସ ନିଆରା ପଦକ୍ଷେପ ଆପଣାଇଛନ୍ତି। ମୁଣ୍ଡରେ ହେଲ୍‌ମେଟ ଓ ହାତରେ ଗିନି ଧରି ସତୀଶ ସୋମବାର ବିଧାନସଭା ପହଞ୍ଚିଥିଲେ। ଏନେଇ ତାଙ୍କୁ ପଚାରିବାରୁ ସେ କହିଛନ୍ତି, ସରକାର ବିଧାୟକଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି। ତେଣୁ ସେ ହେଲ୍‌ମେଟ ପିନ୍ଧି ବିଧାନସଭା ଆସିଛନ୍ତି। ଏଥିସହ ସରକାରଙ୍କୁ ନିଦରୁ ଉଠାଇବା ପାଇଁ ସେ ହାତରେ ଗିନି ଧରି ଆସିଛନ୍ତି ବୋଲି ସତୀଶ କହିଛନ୍ତି। କେବଳ ସେତିକି ନୁହେଁ ସତୀଶ ନିଜ ଦେହରେ ଏକ ପୋଷ୍ଟର ମାରିଥିବା ଦେଖିବାକୁ ମିଳିଛି। ଯେଉଁଥିରେ ବିହାରରେ ଦଳିତ ହେବା କ’ଣ ଅପରାଧ ବୋଲି ଉଲ୍ଲେଖ କରାଯାଇଛି।

Share