Categories: ଜାତୀୟ

ବିହାରରେ ୧୯ ଜୁନ ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ

ପାଟନା,୧୮ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ନେଇ ବେଳକୁ ବେଳ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ବିଶେଷ କରି ଏହି ଯୋଜନାକୁ ଯୁବବର୍ଗ ଖୁବ୍ ବିରୋଧ କରୁଛନ୍ତି । ଏହାର ପ୍ରଭାବ ସାଧାରଣ ଜୀବନ ଯାତ୍ରା ଉପରେ ପଡିଛି । ପ୍ରଦର୍ଶନକାରୀ ଟେନ୍ରରେ ନିଆଁ ଲଗାଇଦେବା ଫଳରେ ସରକାର ତ କ୍ଷତି ସହିଛନ୍ତି ଏପଟେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଭଳି ହିଂସା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିହାରର ୧୨ ଜିଲାରେ ୧୯ ଜୁନ ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି । ଜୁନ ୧୮ରୁ କୈମୁର, ଭୋଜପୁର, ଔରଙ୍ଗାବାଦ, ରୋହତାସ, ବକ୍ସର, ନବାଦ, ପଶ୍ଚିମ ଚମ୍ପାରନ, ସମସ୍ତିପୁର, ଲଖିସରାୟ, ବେଗୁସରାୟ, ବୈଶାଳି ଓ ସାରଣ ଜିଲାରେ ୧୯ ଜୁନ ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ସେନାରେ ୪ ବର୍ଷିଆ ନିଯୁକ୍ତିକୁ ବିରୋଧ କରି ଏହି ପ୍ରଦର୍ଶନ ଜାରି ରହିଛି ।

Share