Categories: ଜାତୀୟ

ବାପା ଦୋଷୀ ସାବ୍ୟସ୍ତ ହେବାପରେ ପ୍ରବଳ ରାଗିଗଲେ ତେଜସ୍ବୀ

ନୂଆଦିଲ୍ଲୀ,୨୨।୨: ଗୋ-ଖାଦ୍ୟ ଦୁର୍ନୀତିର ୫ମ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲଦଣ୍ଡ ମିଳିଛି। ଏଥିସହ ଲାଲୁଙ୍କ ଉପରେ ୬୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ। ଫେବୃଆରୀ ୧୫ରେ କୋର୍ଟ ଏହି ମାମଲାରେ ୭୩ ବର୍ଷୀୟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
ବାପା ଲାଲୁ ଯାଦବଙ୍କୁ ଦଣ୍ଡିତ କରାଯିବା ପରେ ବିହାରର ପୂର୍ବତନ ମନ୍ତ୍ରୀ ତେଜସ୍ବୀ ଯାଦବ ପ୍ରବଳ ରାଗିଯାଇଥିଲେ। ସେ କହିଛନ୍ତି, ଚାରା ଦୁର୍ନୀତି ବ୍ୟତୀତ ଦେଶରେ ଅନ୍ୟ କୌଣସିା ଦୁର୍ନୀତି ହୋଇନାହିଁ। କବଳ ବିହାରରେ ୮୦ରୁ ଅଧିକ ଦୁର୍ନୀତି ହୋଇଛି କିନ୍ତୁ ସିବିଆଇ, ଇଡି ଏବଂ ଏନଆଇଏ କେଉଁଠାରେ ଅଛି? ଦେଶରେ କେବଳ ଗୋଟିଏ ଦୁର୍ନୀତି ଏବଂ କେବଳ ଜଣେ ନେତା ଅଛନ୍ତି କି?ସିବିଆଇ ବିଜୟ ମାଲ୍ୟା, ନିରାଭ ମୋଦୀ, ମେହୁଲ ଚୋକସିଙ୍କୁ ଭୁଲି ଯାଇଛି।
ତେଜସୱୀ ଏହା ପୂର୍ବରୁ କହିଥିଲେ ଯେ କୋର୍ଟଙ୍କ ନିଷ୍ପତ୍ତି ଉପରେ କୌଣସି ମନ୍ତବ୍ୟ ଦେବା ଠିକ ନୁହେଁ ଏବଂ ଏହା ଚୂଡ଼ାନ୍ତ ନିଷ୍ପତ୍ତି ନୁହେଁ। ଦେଶରେ ଏପର୍ଯ୍ୟନ୍ତ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଅଛନ୍ତି। ଆମେ ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବୁ ଏବଂ ଆଶା କରୁଛୁ ସେଠାରୁ ନିମ୍ନ ଅଦାଲତର ନିଷ୍ପତ୍ତି ବଦଳିଯିବ।

Share