Categories: ଜାତୀୟ

ଭାଜପା ନେତାଙ୍କ ଦାବି ନୀତୀଶ ଛାଡନ୍ତୁ ଗୃହ ବିଭାଗ

ପାଟନା,୨୭ ।୧୨: ଦୁଇଦିନ ତଳେ ଅରୁଣାଚଳ ପ୍ରଦେଶରେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ୬ ବିଧାୟକ ଦଳ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେବା ନୀତୀଶଙ୍କୁ ଏକ ପ୍ରକାର ଧକ୍କା ଦେଇଥିଲା ବୋଲି ଆଲୋଚନା ହୋଇଥିଲା । କାରଣ ଗୋଟିଏ ପଟେ ବିହାରରେ ଭାଜପା ଜେଡିୟୁ ସହ ମିଶି ସରକାର ଗଠନ କରିଥିବା ବେଳେ ଅନ୍ୟପଟେ ସହଯୋଗୀ ଦଳର ବିଧାୟକଙ୍କୁ ନିଜ ଦଳରେ ସାମିଲ କରିବାକୁ ନେଇ ରାଜନୀତି ହୋଇଥିଲା ସରଗରମ । ଏବେ ଏହାର ପୁନରାବୃତ୍ତି ହେବାକୁ ଯାଉଛି ବିହାରରେ । ଏବେ ବିହାରରେ ଏହାକୁ ନେଇ ରାଜନୀତି ହେଲାଣି ସରଗରମ । ବିହାରରେ ଜେଡିୟୁ-ଭାଜପା ମେଣ୍ଟରେ ଫାଟ ସୃଷ୍ଟି ହେବାକୁ ଯାଉଥିବା ଲକ୍ଷ୍ୟ କରାଯାଉଛି । କାରଣ ଭାଜପା ଏମ୍‌ଏଲ୍‌ସି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ପାଶୱାନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୃହ ବିଭାଗ ଆଉ କାହାକୁ ହସ୍ତାନ୍ତର କରନ୍ତୁ ବୋଲି କହିଛନ୍ତି । ଏହା ପୂର୍ବରୁ ନୀତୀଶ ବିଧାୟକଙ୍କ ପଦ ଅଦଳବଦଳକୁ ନେଇ ବିରୋଧୀ ସହ ନିଜ ଦଳର ପ୍ରଶ୍ନ ବାଣ ଭିତରେ ରହିଛନ୍ତି । ଏବେ ସଞ୍ଜୟ ପାଶୱାନଙ୍କ ଏହି ବୟାନ ପରେ ନୀତୀଶଙ୍କ ଉପରେ ଅଧିକ ଚାପ ପଡିବ ବୋଲି କୁହାଯାଉଛି ।

Share