Advertisement
Categories: ଜାତୀୟ

ଇସ୍ତଫା ଦେଲେ ଭାଜପାର ଏହି ବଡ଼ ନେତା

ପାଟନା,୩୦।୧୨: ବିହାରରେ ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ବିହାର ଭାଜପାର ରାଜ୍ୟ ଉପାଧ୍ୟକ୍ଷ ରାଜୀବ ରଞ୍ଜନ ଦଳର ପ୍ରାଥମିକ ସଦସ୍ୟତା ଏବଂ ପଦବୀରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ରାଜୀବ ବିହାର ଭାଜପାର ରାଜ୍ୟ ଅଧ୍ୟକ୍ଷ ସଞ୍ଜୟ ଜୟସୱାଲଙ୍କୁ ଏକ ଚିଠି ଲେଖି ଏହି ସୂଚନା ଦେଇଛନ୍ତି। ଏହି ସମୟରେ ସେ ନିଜ କଥା ଦ୍ୱାରା କ୍ରୋଧ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳ ବିରୋଧରେ ରାଜୀବ ଅନେକ ଅଭିଯୋଗ ଆଣିଛନ୍ତି। ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଆଜି ବିହାର ଭାଜପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ‘ସବ୍‌କା ସାଥ-ସବ୍‌କା ବିକାଶ’ର କଥାବାର୍ତ୍ତା କେବଳ କହିବାରେ ସୀମିତ ରହିଛି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ଦଳର ଏଜେଣ୍ଡା କେବଳ ପାଟନାରେ ସୀମିତ ବୋଲି ରାଜୀବ ରଞ୍ଜନ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share