Posted inଜାତୀୟ

ପୂର୍ବତନ ବିଧାୟକଙ୍କ ଉପରେ ଭାଜପାର ବଡ଼ କାର୍ଯ୍ୟାନୁଷ୍ଠାନ

ପାଟନା,୩୦।୧୨: ବିହାରରେ ଦଳର ଉପାଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ରାଜୀବ ରଞ୍ଜନଙ୍କ ବିରୋଧରେ ଭାଜପା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାଜପା ରାଜ୍ୟ ଅଧ୍ୟକ୍ଷ ଡା.ସଞ୍ଜୟ ଜୟସ୍ବାଲ ରାଜୀବଙ୍କୁ ପ୍ରାଥମିକ ସଦସ୍ୟତାରୁ ୬ବର୍ଷ ପାଇଁ ନିଲମ୍ବିତ କରିଛନ୍ତି।  ଦଳ ବିରୋଧୀ ମନ୍ତବ୍ୟ ଯୋଗୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସଞ୍ଜୟ କହିଛନ୍ତି। ଏହା ପୂର୍ବରୁ ଦଳର ଭାବମୂର୍ତ୍ତିକୁ ମଳିନ କରୁଥିବା ମନ୍ତବ୍ୟ ନ ଦେବା ପାଇଁ  ତାଙ୍କୁ ଚେତାବନୀ ଦିଆଯାଇଥିଲା। କିନ୍ତୁ ଲଗାତର ଭାବେ ବିବାଦୀୟ ମନ୍ତବ୍ୟ ଯୋଗୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ବୋଲି ସେ କହିଛନ୍ତି। ଅନ୍ୟପଟେ କିଛି ସମୟ ପୂର୍ବରୁ ରାଜୀବ ରଞ୍ଜନ ନିଜ ଇସ୍ତଫା ପତ୍ର ଦାଖଲ କରିବା ସହ ଦଳର ନେତୃତ୍ୱ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ କରିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

“ନିଷ୍ଠୁର ଅପରାଧ”: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୨।୪: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ପହଲଗାମ ଆତଙ୍କ: ମୋଦିଙ୍କୁ ଆତଙ୍କବାଦୀଙ୍କ ଧମକ, ଭାରତ ପାଇଁ ଏହାର ଅର୍ଥ କ’ଣ?

ନୂଆଦିଲ୍ଲୀ,୨୨।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି।...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା...

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

ପହଲଗାମ ଛାତିଥରା ଆକ୍ରମଣ ପଛରେ ପାକିସ୍ତାନ ହାତ, ଖୋଜି ଖୋଜି ହିନ୍ଦୁଙ୍କୁ ଗୁଳି କଲେ ଆତଙ୍କବାଦୀ

ନୂଆଦିଲ୍ଲୀ, ୨୨।୪: ଭାରତ ଇତିହାସରେ ଏହି ତାରିଖ ସମୂହିକ ସ୍ମୃତିରେ ଚିରସ୍ଥାୟୀ ହୋଇ ରହିବ। ଯେଉଁଦିନ ଆତଙ୍କବାଦୀମାନେ ଭାରତର “ମିନି ସ୍ୱିଜରଲ୍ୟାଣ୍ଡ” କୁହାଯାଉଥିବା ପହଲଗାମର ଅପୂର୍ବ...

ଅଂଶୁଘାତରେ ନିର୍ବାହୀ ଅଧିକାରୀ ଗୁରୁତର

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପିଇଓ କାଳିଆ ମଲ୍ଲିକ ମଙ୍ଗଳବାର ଅଂଶୁଘାତରେ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image