Categories: ଜାତୀୟ

ବିହାର ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ୪ ଅଧିକାରୀ ନିଲମ୍ବିତ

କିଶନଗଞ୍ଜ,୨୬।୬:ବିହାର କିଶନଗଞ୍ଜ ଜିଲା ଗୋରଖପୁରରେ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିବା ନେଇ ଭାରତର ଜାତୀୟ ରାଜପଥ ସଂସ୍ଥା (ଏନ୍‌ଏଚ୍‌ଏଆଇ) ରବିବାର ପ୍ରୋଜେକ୍ଟ ସହ ଜଡ଼ିତ ୪ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ମେଛି ନଦୀ ଉପରେ ନିର୍ମାଣ ହେଉଥିବା ବ୍ରିଜ୍‌ କିଶନଗଞ୍ଜରୁ କଟିହାରକୁ ସଂଯୋଗ କରିବାର ଥିଲା। ନିଲମ୍ବିତ ଅଧିକାରୀଙ୍କ ନାଁକୁ ସାର୍ବଜନୀନ କରାଯାଇ ନାହିଁ। ବ୍ରିଜ୍‌ ପାଇଁ ଏନ୍‌ଏଚ୍‌-୩୨୭ଇ ଘୋରି ନିକଟରେ ତିଆରି କରାଯାଇଥିବା ପିଲାର ଶନିବାର ଭାଙ୍ଗିଯାଇଥିଲା। ଗତ ମେ’ରେ ବ୍ରିଜ୍‌ କାମ ଶେଷ ହେବାକୁ ଥିଲା। ବ୍ରିଜ୍‌ ଭୁଶୁଡ଼ିବା ଘଟଣାର ଯାଞ୍ଚ ପାଇଁ ଏକ ଏକ୍ସପର୍ଟ ଟିମ୍‌ ଗଠନ କରାଯିବ।

Share