Categories: ଜାତୀୟ

୧୦ହଜାର ଟଙ୍କା ପାଇଁ ପୋଲିସ ମଧ୍ୟରେ ଝଗଡା

ପାଟନା,୨୮।୨: ବିହାରର ବକ୍ସରରେ କିଛି ପୋଲିସ କର୍ମଚାରୀଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୧୦ ହଜାର ଟଙ୍କାକୁ ନେଇ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖାଯାଇଛି। ରାଜପୁର ଥାନାର ପୋଲିସଙ୍କ ମଧ୍ୟରେ ଏହି ଝଗଡା ହୋଇଥିବା ଜଣାପଡିଛି। ମାମଲା ଏତେ ବଡ ଥିଲା ଯେ, କିଛି ପୋଲିସ ପରସ୍ପରକୁ ବୋତଲ ଫୋପାଡି ଥିଲେ। ସେଥିମଧ୍ୟରେ ଜଣେ ପୋଲିସ କର୍ମଚାରୀ କହିଥିଲେ, ସାର୍‌ ମୋର ୧୦ ହଜାର ଟଙ୍କା ନେଇଯାଇଛନ୍ତି। ଏହାର ଭିଡିଓ ଭାଇରାଲ ହେବାପରେ ବକ୍ସର ପୋଲିସ ଇନସ୍ପେକ୍ଟର ମାମଲାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ପୋଲିସ କର୍ମଚାରୀମାନେ ଅନୁଶାସନରେ ରହିବା ଉଚିତ୍‌। ଯାଞ୍ଚ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Share