ପାଟନା,୧୬।୮: ବିହାରର ନୀତୀଶ କୁମାର ସରକାରଙ୍କ ମନ୍ତ୍ରିମଣ୍ଡଳ ମଙ୍ଗଳବାର ସମ୍ପ୍ରସାରଣ ହୋଇଛି। ରାଜ ଭବନରେ ଅନୁଷ୍ଠିତ ଶପଥଗ୍ରହଣ ସମାରୋହରେ ରାଜ୍ୟପାଳ ଫାଗୁ ଚୌହାନ ୩୦ ଜଣ ମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି। ଆରଜେଡିର ୧୬ ସର୍ବାଧିକ ମନ୍ତ୍ରୀ, ଜେଡିୟୁର ୧୧, କଂଗ୍ରେସର ୨ ଏବଂ ଜଣେ ସ୍ବାଧୀନ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି।
ସୂଚନାଯୋଗ୍ୟ, ନୀତୀଶ କୁମାର ଭାଜପା ଛାଡ଼ିବା ପରେ ମହାମେଣ୍ଟ ସହ ମିଶି ରାଜ୍ୟରେ ପୁଣି ସରକାର ଗଠନ କରିଥିଲେ। ମହାମେଣ୍ଟରେ ମୋଟ ୭ଟି ଦଳ ସାମିଲ ଅଛନ୍ତି। ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।