Categories: ଜାତୀୟ

ନିର୍ବାଚନ ଜିତିଲେ ଯୁବକଙ୍କୁ ମାଗଣା ବାଇକ୍‌, ପ୍ରତିଦିନ ୫ ହଜାର ଟଙ୍କା ଭତ୍ତା

ପାଟନା,୧୦।୯: ନିର୍ବାଚନ ଜିତିଲେ ଗାଁରେ ସମସ୍ତଙ୍କୁ ଚାକିରି ଦିଆଯିବ। ଗ୍ରାମବାସୀଙ୍କ ସୁବିଧା ପାଇଁ ଗାଁରେ ବିମାନ ବନ୍ଦର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ଅବିବାହିତ ଯୁବକଙ୍କୁ ବାଇକ୍‌ ଯୋଗାଇ ଦିଆଯିବ। ତା’ ସାଙ୍ଗକୁ ପ୍ରତିଦିନ ୫ ହଜାର ଟଙ୍କା ଭତ୍ତା ମିଳିବ। ଯୁବତୀଙ୍କ ପାଇଁ ମାଗଣାରେ ବ୍ୟୁଟି ପାର୍ଲର ସେବା ଓ ସିଲେଇ ମେଶିନ ଦିଆଯିବ। ନଳ ଜଳ ଯୋଜନାରେ ପାଣି ଯାଗରେ କ୍ଷୀର ଯୋଗାଯିବ। ବୃଦ୍ଧଙ୍କ ପାଇଁ ପ୍ରତିଦିନ ଗୋଟିଏ ଗୋଟିଏ ଗୁଟୁଖା ପ୍ୟାକେଟ ଓ ବିଡି ଦିଆଯିବାର ବ୍ୟବସ୍ଥା କରାଯିବ। ଆଗକୁ ଆସୁଥିବା ବିହାରର ପଞ୍ଚାୟତ ନିର୍ବାଚନ ପାଇଁ ତୁଫେଲ ଅହମ୍ମଦ ନାମକ ଜଣେ ପ୍ରାର୍ଥୀ ନିର୍ବାଚନୀ ଇସ୍ତହାରରେ ଉପରୋକ୍ତ ସମସ୍ତ ପ୍ରତିଶ୍ରୁତି ଦେଇଛନ୍ତି।

ତାଙ୍କ ମେନିଫେଷ୍ଟୋର ଫଟୋ ଏବେ ସୋସିଆଲ ମିଡିଆରେ ଛାୟୀ ହୋଇଯାଇଛି। ତେବେ ଭାଇରାଲ ମେନିଫେଷ୍ଟୋ ସମ୍ପର୍କରେ ପଚରାଯିବାରୁ ଏଭଳି କୌଣସି ପ୍ରତିଶ୍ରୁତି ଦେଇ ନ ଥିବା ତୁଫେଲ କହିଛନ୍ତି। ତାଙ୍କ ମତରେ କେହି ଜଣେ ତାଙ୍କୁ ବଦନାମ କରିବାକୁ ଏଭଳି ପ୍ରୟାସ କରୁଛି।

Share