Categories: ଜାତୀୟ

ବିହାର ଜାତି ସର୍ଭେ ମାମଲା: ୬ ଅକ୍ଟୋବରରେ ହେବ ଶୁଣାଣି

ନୂଆଦିଲ୍ଲୀ,୩।୧୦: ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। କୋର୍ଟ ୬ ଅକ୍ଟୋବରରେ ଶୁଣାଣି ପାଇଁ କହିଛନ୍ତି। ଏହି ମାମଲା ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ସର୍ଭେ ତଥ୍ୟ ଜାରି କରିବାକୁ କୋର୍ଟ କୌଣସି ପ୍ରତିବନ୍ଧକ ଲଗାଇ ନଥିଲେ। ରୋକ ଆଦେଶ ବିସ୍ତୃତ ଶୁଣାଣି ପରେ ଦେବେ ବୋଲି କୋର୍ଟ କହିଛନ୍ତି।

ଏହି ମାମଲାର ଶୁଣାଣି ମଙ୍ଗଳବାର ହେବାର ଥିଲା ଏବଂ ଆବେଦନକାରୀ କୋର୍ଟଙ୍କୁ କହିଛନ୍ତି ଯେ, ବିହାର ସରକାର ଜାତି ସର୍ଭେ ତଥ୍ୟ ଜାରି କରିଛନ୍ତି। ଶୁକ୍ରବାର କୋର୍ଟ ଏହି ମାମଲାର ଶୁଣାଣି କରିବେ।

Share