Categories: ଜାତୀୟ

ଯଦି କେହି ଭାରତକୁ ହିନ୍ଦୁ ରାଷ୍ଟ୍ର କରିବାକୁ ଚାହୁଁଛି, ତେବେ ସେ ଦେଶକୁ ବରବାଦ କରିବାକୁ ଚାହୁଁଛି: ନୀତୀଶ

ପାଟନା,୧୭।୨: ଭାରତକୁ ହିନ୍ଦୁ ରାଷ୍ଟ୍ର କରିବା ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଦେଶରେ ପ୍ରତ୍ୟେକ ଧର୍ମ ଏବଂ ସମ୍ପ୍ରଦାୟର ଲୋକ ବାସ କରନ୍ତି। ଯଦି କେହି ଭାରତକୁ ହିନ୍ଦୁ ରାଷ୍ଟ୍ର କରିବାକୁ ଚାହୁଁଛନ୍ତି, ତେବେ ସେ ଦେଶକୁ ବରବାଦ କରିବାକୁ ଚାହୁଁଛନ୍ତି। ସମସ୍ତଙ୍କୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କଥା ଅନୁସରଣ କରିବା ଉଚିତ। ଆମେ ଗାନ୍ଧିଜୀଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରୁଛୁ ବୋଲି ସେ କହିଛନ୍ତି।

ଏହାଛଡ଼ା ବିବିସି କାର୍ଯ୍ୟାଳୟରେ ଆଇଟି ସର୍ଭେ ସମ୍ପର୍କରେ ନୀତୀଶ କୁମାର ମଧ୍ୟ ଭାଜପାକୁ ଟାର୍ଗେଟ କରିଛନ୍ତି। ଯଦି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ମୋଦି ସରକାର କଣ ଚାହୁଁଛନ୍ତି ତାହା ସ୍ପଷ୍ଟ ହୋଇଯିବ। ଏହା ଦର୍ଶାଏ ଯେ ଯଦି କେହି ତାଙ୍କ ବିରୁଦ୍ଧରେ କଥା ହୁଅନ୍ତି, ତେବେ ଏହାର ପରିଣାମ ଭୋଗିବାକୁ ହେବ ବୋଲି ସେ କହିଛନ୍ତି ।

Share