Categories: ଜାତୀୟ

ସମଲୀଙ୍ଗୀଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ନୀତିଶ

ପାଟନା,୨୪।୫: ପାଟନାର ମଗଧ ମହିଲା କଲେଜରେ ନିର୍ମିତ ନୂତନ ହଷ୍ଟେଲର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାମିଲ ହୋଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମଲୀଙ୍ଗୀଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯଦି ପୁଅ ପୁଅକୁ ବିବାହ କରିବେ ତେବେ ବଂଶବୃଦ୍ଧି ହେବ କିପରି। ବିବାହ ହେଲେ ସିନା ବଂଶବୃଦ୍ଧି ହେବ। ଆମେ କିମ୍ବା ଏଠାରେ କେହି ମଧ୍ୟ ମା’ ବିନା ଜନ୍ମ ହୋଇ ନାହାନ୍ତି। ନାରୀ ବିନା ଜନ୍ମ ଅସମ୍ଭବ ବୋଲି ନୀତିଶ କହିଛନ୍ତି। ତେବେ ଯଦି ଗୋଟିଏ ପୁଅ ପୁଅକୁ ବିବାହ କରେ ତେବେ କେହି ଜନ୍ମ ହେବେ କି ବୋଲି ନୀତିଶ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ନିଜ ଇଞ୍ଜିନିୟରିଂ ପାଠପଢ଼ାକୁ ମନେପକାଇ ଛାତ୍ରୀଛାତ୍ରଙ୍କ ସହ କଥାବାର୍ତ୍ତା ଶେୟାର କରିଛନ୍ତି। ସେ କହିଛନ୍ତି, ଯେତେବେଳେ ସେ କଲେଜରେ ପଢ଼ୁଥିଲେ ସେତେବେଳେ ତାଙ୍କ କଲେଜରେ କେହି ମହିଳା ଛାତ୍ରୀ ନ ଥିଲେ।

Share