Categories: ଜାତୀୟ

କେଜରିଓ୍ବାଲଙ୍କୁ ଭେଟିବେ ନୀତୀଶ

ନୁଆଦିଲ୍ଲୀ,୨୧।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସକାଳ ୧୧ଟା ୩୦ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଏପ୍ରିଲରେ ନୀତୀଶ କୁମାର ଅରବିନ୍ଦ କେଜରିଓ୍ବାଙ୍କୁ ସାକ୍ଷାତ୍‌ କରିଥିଲେ। ସେତେବେଳେ ନୀତୀଶଙ୍କ ସହ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଜେଡିୟୁ ଅଧ୍ୟକ୍ଷ ଲଲନ ସିଂ ଓ ଆରଜେଡି ଏମପି ମନୋଜ ଝା ଉପସ୍ଥିତ ଥିଲେ। ଏହି ସାକ୍ଷାତକାର ପରେ ମନୋଜ ଝା କହିଥିଲେ ସାକ୍ଷାତକାର ହେବ ଅର୍ଥ ଏହାର ଉଦ୍ଦେଶ୍ୟ ବି ବାହାରିବ।
ସୂଚନାଯୋଗ୍ୟ, ଆଉ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଥିଲେ। ଏହି ସମୟରେ, ଉକ୍ତ ବୈଠକର ଫଟୋ ନିଜେ କେଜରିଓ୍ବାଲ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହା ସହିତ ସେ ଲେଖିଥିଲେ ଯେ, ଦେଶର ବିଭିନ୍ନ ପ୍ରସଙ୍ଗରେ ଆମର ଅର୍ଥପୂର୍ଣ୍ଣ ଆଲୋଚନା ହୋଇଥିଲା। । ବାସ୍ତବରେ, ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିରୋଧୀ ଏକତା ପାଇଁ ଉଦ୍ୟମ କରାଯାଉଛି। ଗୋଟିଏ ପଟେ ନୀତୀଶ କୁମାର ଦିଲ୍ଲୀ ଗସ୍ତ ସମୟରେ ଅଖିଳେଶ ଯାଦବଙ୍କ ସମେତ ଅନେକ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି।

Share