Categories: ଜାତୀୟ

ବିରୋଧୀଙ୍କୁ ଏକଜୁଟ କରିବାକୁ ପ୍ରୟାସ: ମମତାଙ୍କ ପରେ ଅଖିଳେଶଙ୍କୁ ଭେଟିଲେ ନୀତୀଶ

ଲକ୍ଷ୍ନୌ,୨୪।୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଲକ୍ଷ୍ନୌର ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି। ବୈଠକରେ ବିରୋଧୀଙ୍କ ଏକଜୁଟ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି। ଏହାପୂର୍ବରୁ ପୂର୍ବରୁ ନୀତୀଶ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି।

ମମତାଙ୍କୁ ଭେଟିବା ପରେ ନୀତୀଶ କହିଛନ୍ତି, ସବୁ ଦଳ ଏକାଠି ଆସିବା ଓ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି। ଆଗକୁ ଯାହା ବି ହେବ, ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି କରାଯିବ। ଯେଉଁମାନେ ଏବେ ଦେଶକୁ ଶାସନ କରୁଛନ୍ତି, ସେମାନେ ଦେଶ ପାଇଁ କିଛି କରିନାହାନ୍ତି। ସେମାନେ କେବଳ ନିଜର ପ୍ରଚାର କରୁଛନ୍ତି। ଦେଶର ବିକାଶ ପାଇଁ କିଛି ବି ହୋଇନି। ଆଜି ଆଲୋଚନା ସକାରାତ୍ମକ ରହିଛି। ବିରୋଧୀ ଦଳଗୁ ଏକାଠି ବସି ରଣନୀତି ପ୍ରସ୍ତୁତ କରିବା ଦରକାର।

Share