Categories: ଜାତୀୟ

ଜମ୍ମୁ-କଶ୍ମୀର ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ପାଟନା,୩୦।୫: ଜମ୍ମୁ-କଶ୍ମୀରରେ ମଙ୍ଗଳବାର ସକାଳେ ଏକ ବସ୍‌ ଖାଇକୁ ଖସି ପଡିବାରୁ ବିହାରର ୧୦ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେଠାରେ ଅନେକ ଆହତ ହୋଇଛନ୍ତି। ଏହି ଘଟଣା ଝାଞ୍ଜର କୋଟଲି ଅଞ୍ଚଳରେ ଘଟିଛି। ଯାତ୍ରୀବାହୀ ବସ ଅମୃତସରରୁ କଟରକୁ ଯାଉଥିବାବେଳେ ନିୟନ୍ତ୍ରଣ ହରାଇ ଖାଇକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ଏଥିସହ ଶୋକସନ୍ତପ୍ତ ପରିବାରକୁ ଆଶ୍ୱସନା ଦେଇ ମୁଖ୍ୟମନ୍ତ୍ରୀ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ବିହାରରେ ରହୁଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।

Share