Categories: ଜାତୀୟ

ଜରୁରୀ ଅବତରଣ କଲା ନୀତୀଶଙ୍କ ହେଲିକପ୍ଟର

ପାଟନା,୧୯ ।୮: ପାଗ ଖରାପ ଯୋଗୁ ଶୁକ୍ରବାର ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡିଛି । ରାଜ୍ୟରେ ଉପିଜିଥିବା ମରୁଡି ପରିସ୍ଥିତିର ଅନୁଧ୍ୟାନ କରିବାକୁ ସେ ନିଜ ହେଲିକପ୍ଟରରେ ବାହାରିଥିଲେ । ହେଲେ ପାଗ ଖରାପ ଯୋଗୁ ଗୟା ବିମାନ ବନ୍ଦରରେ ତାଙ୍କ ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡିଥିଲା । ଏହାପରେ ସଡ଼କ ପଥ ଦେଇ ସେ ଗୟାରୁ ପାଟନା ଚାଲି ଆସିଥିଲେ ।
ବିହାର ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଚଳିତ ବର୍ଷ ଅଗଷ୍ଟରେ ଅନୁମାନଠାରୁ ୬୪ ପ୍ରତିଶତ କମ ବର୍ଷା ହୋଇଛି । ଯେଉଁଥିପାଇଁ ବିହାରର ଅଧିକାଂଶ ଅଞ୍ଚଳରେ ମରୁଡି ଦେଖାଦେଇଛି । ଶ୍ରାବଣ ମାସରେ ଖୁବ୍ କମ୍ ସ୍ଥାନରେ ମୂଷଳଧାରାରେ ବର୍ଷା ହୋଇଛି । ଚଳିତ ମାସରେ ବି ଯେତେ ପରିମାଣର ବର୍ଷା ହେବାକଥା ତାହା ବି ହୋଇ ନାହିଁ ।

Share