ପାଟନା,୨୩ ।୪: ବିହାର ରାଜନୀତିରେ ବଡ ଖେଳ ହେବ ବୋଲି ଅନୁମାନ କରାଯାଉଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହେଉଛନ୍ତି ଏହାର ମୁଖ୍ୟ କାରଣ । ଶୁକ୍ରବାର ରାବ୍ରି ଦେବୀଙ୍କ ଇଫତାର ପାର୍ଟିରେ ନୀତୀଶ ପହଞ୍ଚି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଏହାପରେ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଏ କଥା ବି କହିଛନ୍ତି ଯେ ଆମେ ସରକାର ଗଠନ କରିବାକୁ ଯାଉଛୁ । କୁହାଯାଉଛି କି ରାବ୍ରି ଦେବୀଙ୍କ ଘରେ ନୀତୀଶ ପାଦ ରଖୁ ରଖୁ ବିହାର ରାଜନୀତିର ଗଳି କନ୍ଦିରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଯେ ବିହାର ରାଜନୀତିରେ କିଛି ବଡ ଧରଣର ପରିବର୍ତ୍ତନ ହେବ କି । ତେବେ ଏହାକୁ ନେଇ ରାଜନୀତି ନ କରାଯାଉ ବୋଲି କେତେଜଣ ନେତା ମତ ରଖିଛନ୍ତି ।