Categories: ଜାତୀୟ

ଅଖିଳେଶ-ମୁଲାୟମ୍‌ଙ୍କୁ ଭେଟିଲେ ନୀତୀଶ

ନୂଆଦିଲ୍ଲୀ,୬।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଦେଶର ସମସ୍ତ ବଡ଼ ବିରୋଧୀ ଦଳର ନେତାଙ୍କୁ ଭେଟୁଛନ୍ତି। ଏହି କ୍ରମରେ ମଙ୍ଗଳବାର ନୀତୀଶ ସମାଜବାଦୀ ପାର୍ଟିର ସଂଯୋଜକ ମୁଲାୟମ ସିଂ ଯାଦବଙ୍କୁ ଭେଟିଛନ୍ତି। ମୁଲାୟମ ସିଂ ଯାଦବ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ମୁଲାୟମ ସିଂଙ୍କ ସହ ସାକ୍ଷାତ ସମୟରେ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମୁଲାୟମଙ୍କୁ ଭେଟିବା ପୂର୍ବରୁ ନୀତୀଶ କୁମାର ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌଟାଲାଙ୍କୁ ମଧ୍ୟ ସାକ୍ଷାତକାର କରିଛନ୍ତି। ଓମ୍‌ପ୍ରକାଶଙ୍କୁ ଭେଟିବା ପରେ ନୀତୀଶ ଗଣମାଧ୍ୟମ ସହ କଥା ହେବା ବେଳେ କହିଛନ୍ତି, ମୁଁ ଆଜି ତାଙ୍କୁ ଭେଟିଥିଲି, ଭାଜପାଠାରୁ ଅଲଗା ହେବା ମୋର ନିଷ୍ପତ୍ତି ଠିକ୍‌ ବୋଲି ସେ କହିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭାଜପା ବିରୋଧରେ ସମଗ୍ର ବିରୋଧୀଙ୍କୁ ଏକତ୍ର କରିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ସେ ସମସ୍ତ ବିରୋଧୀଦଳ ନେତାଙ୍କ ସହ ସାକ୍ଷାତକାର ଏବଂ ବୈଠକ କରୁଛନ୍ତି।

Share