Categories: ଜାତୀୟ

ଏକାଠି ଚାଲିବାକୁ ମିଳିଲା ସହମତି: ନୀତୀଶ

ପାଟନା,୨୩।୬: ବିହାରର ପାଟନାରେ ବିରୋଧୀ ଦଳର ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ନୀତୀଶ କୁମାର କହିଛନ୍ତି, ଏହା ଏକ ଭଲ ସାକ୍ଷାତ ଥିଲା। ଆଉ ସମସ୍ତେ ଏକାଠି ଚାଲିବାକୁ ସହମତି ପ୍ରକାଶ କରିଛନ୍ତି। ଆସନ୍ତା ମାସରେ ମଲ୍ଲିକାର୍ଜୁନ ଖାର୍ଗେ ବୈଠକ କରିବେ, ଯେଉଁମାନେ ସରକାରରେ ଅଛନ୍ତି ସେମାନେ ଦେଶର ହିତ ପାଇଁ କାମ କରୁନାହାଁନ୍ତି। ଯେଉଁ କାମ ହେଉଛି ତାହାକୁ ନେଇ ଚିନ୍ତା ଅଛି। ଯଦି ଗୋଟିଏ ରାଜ୍ୟ ସାମ୍ନାରେ କୌଣସି ଆହ୍ବାନ ଆସେ ତେବେ ସମସ୍ତେ ସମସ୍ତେ ଏକାଠି ରହିବେ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କହିଛନ୍ତି, ସମସ୍ତ ଦଳର ପରବର୍ତ୍ତୀ ବୈଠକ କିଛି ଦିନ ପରେ ପୁଣି ଅନୁଷ୍ଠିତ ହେବ। ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ ଯେ କିଏ ଲଢିବେ, ଯେଉଁମାନେ ସରକାରରେ ଅଛନ୍ତି ସେମାନେ ଦେଶର ହିତ ପାଇଁ କାମ କରୁନାହାଁନ୍ତି। ସେମାନେ ସମସ୍ତେ ଇତିହାସ ପରିବର୍ତ୍ତନ କରୁଛନ୍ତି।

ଏଥି ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତ, ଆମେ ଜୁଲାଇ ୧୦କିମ୍ବା ୧୨ରେ ଶିମଲାରେ ପୁଣିଥରେ ସାକ୍ଷାତ କରୁଛୁ, ଯେଉଁଥିରେ ଆମେ ଏକ ସାଧାରଣ ଏଜେଣ୍ଡା ପ୍ରସ୍ତୁତ କରିବୁ। ଆମକୁ ପ୍ରତ୍ୟେକ ରାଜ୍ୟରେ ଭିନ୍ନ ଭାବରେ କାମ କରିବାକୁ ପଡିବ। ଆମ ସମସ୍ତଙ୍କର ଉଦ୍ଦେଶ୍ୟ ହେଉଛି ଭାଜପାକୁ କ୍ଷମତାରୁ ହଟାଇବାକୁ ପଡିବ। ସେଥିପାଇଁ ଆମେ ସମସ୍ତେ ଏକାଠି ଚାଲୁଛୁ।

Share