Categories: ଜାତୀୟ

ନୀତୀଶଙ୍କ ତାମିଲନାଡୁ ଗସ୍ତ ବାତିଲ

ପାଟନା, ୨୦।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ତାମିଲନାଡୁ ଯାତ୍ରା ହଠାତ୍‌ ବାତିଲ ହୋଇଛି। ସିଏମ ନୀତୀଶ କୁମାରଙ୍କୁ ଆଜି ତାମିଲନାଡୁ ଯିବାକୁ ଥିଲା। ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ମନ୍ତ୍ରୀ ସଞ୍ଜୟ ଝା ପାଟନାଠାରୁ ଚେନ୍ନାଇ ଯାଇଛନ୍ତି। ସିଏମ ନୀତୀଶ କୁମାରଙ୍କ ଯୋଜନାରେ ପରିବର୍ତ୍ତନ ହେବାର କାରଣ ମଧ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ନୀତୀଶ କୁମାର ସ୍ବାସ୍ଥ୍ୟଗତ କାରଣରୁ ଏହି ଯାତ୍ରା ବାତିଲ କରିଛନ୍ତି।

ପୂର୍ବରୁ ସ୍ଥିର ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଚେନ୍ନାଇ ଯିବାର କାର୍ଯ୍ୟକ୍ରମ ଥିଲା। ବର୍ତ୍ତମାନ ହଠାତ୍‌ ପରିବର୍ତ୍ତନ ପରେ ବରିଷ୍ଠ ଜେଡିୟୁ ନେତା ତଥା ମନ୍ତ୍ରୀ ସଞ୍ଜୟ ଝାଙ୍କୁ ନୀତୀଶ କୁମାରଙ୍କ ପକ୍ଷରୁ ଚେନ୍ନାଇ ପଠାଯାଇଛି। ବର୍ତ୍ତମାନ ତେଜସ୍ବୀ ଯାଦବ ଏବଂ ସଞ୍ଜୟ ଝା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଭେଟିବେ।

Share