Categories: ଜାତୀୟ

‘ଇଣ୍ଡିଆ’ର ତୃତୀୟ ବୈଠକ ପୂର୍ବରୁ ଆଜି ଦିଲ୍ଲୀ ଯିବେ ନୀତୀଶ, କେଜ୍‌ରିଓ୍ବାଲଙ୍କୁ ଭେଟିବେ

ନୂଆଦିଲ୍ଲୀ,୧୬।୮: ବିରୋଧୀ ଏକତାର ତୃତୀୟ ବୈଠକ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ରେ ମୁମ୍ବାଇରେ ଅନୁଷ୍ଠିତ ହେବ, କିନ୍ତୁ ଏହାପୂର୍ବରୁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ବୈଠକର ପରବର୍ତ୍ତୀ ରଣନୀତିରେ କ’ଣ ହେବ, ଏହାକୁ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀ ଗସ୍ତ କରିେ। ନୀତୀଶ କୁମାର ଆଜି ପୂର୍ବାହ୍ନ ୧୦.୫୫ରେରେ ପାଟନା ବିମାନ ବନ୍ଦରରୁ ଇଣ୍ଡିଗୋ ବିମାନ ଯୋଗେ ଦିଲ୍ଲୀ ଯିବେ, ଏବଂ ମଧ୍ୟାହ୍ନ ୧୨.୧୫ରୁ ୧୨.୩୦ ମଧ୍ୟରେ ଦିଲ୍ଲୀରେ ପହଞ୍ଚିବେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ ପ୍ରଥମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଭେଟିବେ।

Share