ପାଟନା,୧୪।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାରାଣସୀ ରାଲିକୁ ସ୍ଥଗିତ ରଖାଯାଇଛି। ଏହି ରାଲି ୨୪ ଡିସେମ୍ବରରେ ବାରାଣାସୀର ରୋହନିଆ ଅଞ୍ଚଳରେ ଅନୁଷ୍ଠିତ ହେବାର ଥିଲା। ବିହାର ସରକାରର ଜଣେ ମନ୍ତ୍ରୀ ରାଲିର ସ୍ଥଗିତାଦେଶ ସମ୍ପର୍କରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ଜମା ଖାନ ଏକ ବାର୍ତ୍ତାରେ କହିଛନ୍ତି ଯେ, ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଦର୍ଶକଙ୍କୁ ସୂଚନା ଦିଆଯାଉଛି ଯେ ୨୪ ଡିସେମ୍ବରରେ ହେବାକୁ ଥିବା ବିହାର ସରକାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ପରବର୍ତ୍ତୀ ତାରିଖ ଖୁବ୍ଶୀଘ୍ର ଘୋଷଣା କରାଯିବ।