Categories: ଜାତୀୟ

ପ୍ରିନ୍ସିପାଲଙ୍କ ସମେତ ୧୨ ପ୍ରଫେସରଙ୍କୁ ମହଙ୍ଗା ପଡ଼ିଲା କଲେଜ ଫଙ୍କ୍‌ଶନରେ ନାଚିବା

ପାଟନା, ୧୫।୨ : ବିହାରର ଛାପ୍ରାସ୍ଥିତ ରାଜେନ୍ଦ୍ର କଲେଜରେ ଏକ ଗ୍ରୁପ୍‌ ଡ୍ୟାନ୍ସ କାରଣରୁ ଅଧ୍ୟକ୍ଷଙ୍କ ସମେତ ୧୨ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି। ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଜୟନ୍ତୀ ଅବସରରେ ଆୟୋଜିତ କଲେଜ ଫଙ୍କ୍‌ଶନରେ ହିଟ୍‌ ଗିତ ‘ତେରି ଆଙ୍ଖୋ କା ୟୋ କାଜଲ’ରେ ନାଚିଥିଲେ କଲେଜର ଅଧ୍ୟକ୍ଷ ଓ ବହୁ ଅଧ୍ୟାପକ। ଏହି ଗ୍ରୁପ ଡ୍ୟାନ୍ସର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଘଟଣା କ୍ରମେ ଜୟ ପ୍ରକାଶ ବିଶ୍ୱବିଦ୍ୟାଳୟ (ଜେପିୟୁ) ରେଜିଷ୍ଟାର କଲେଜର ପ୍ରନ୍ସିପାଲ ପ୍ରମେନ୍ଦ୍ର ରଞ୍ଜନ ସିଂ ଓ ୧୨ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଲମ୍ବିତ କରିଛନ୍ତି।

ତେବେ କଲେଜର ନାମ ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ ଦେଶର ପ୍ରଥମ ରାଷ୍ଟ୍ରପତିଙ୍କ ନାମରେ ନାମିତ ଥିବା ଜଣାପଡ଼ିଛି। ଡ. ପ୍ରସାଦଙ୍କ ଜନ୍ମତିଥି ତଥା ଡିସେମ୍ବର ୩ ତାରିଖରେ ଘଟିଥିଲା ଏହି ଘଟଣା। କଲେଜର ନାମ ପୂର୍ବତନ ରାଷ୍ଟ୍ରପତିଙ୍କ ନାମରେ ଥିବାରୁ ପ୍ରତ୍ୟେକ ବର୍ଷ ଧୂମଧାମରେ ଏହି ଉତ୍ସବ ପାଳନ କରାଯାଏ। ବିହାର ଗର୍ଭନର-କମ୍‌-ଚାନ୍ସସେଲର ଫଗୁ ଚୌହ୍ବାନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ମଞ୍ଚରେ ସମସ୍ତ ଅଧ୍ୟାପକ ଉପସ୍ଥିତ ଥିବାବେଳେ ନାଚିବାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରିନ୍ସିପାଲ। ମଞ୍ଚରେ ଦେଶରତ୍ନ ଡ. ରାଜେନ୍ଦ୍ର ପ୍ରସାଦଙ୍କ ପୋଷ୍ଟର ସାମ୍ନାରେ ନାଚିବା ଆରମ୍ଭ କରିଦେଇଥିଲେ ଅଧ୍ୟାପକ ଓ ପ୍ରନ୍ସିପାଲ। ଛାତ୍ରୀଛତ୍ରମାନେ ଏହି ଘଟଣା ଭିଡିଓ କରିଥିଲେ।

Share