Categories: ଜାତୀୟ

ପ୍ରଧାନମନ୍ତ୍ରୀ ହେଲେ ରାହୁଲ ଗାନ୍ଧୀଙ୍କୁ ସମସ୍ତେ ଜଣାଇବେ ଶୁଭେଚ୍ଛା: ଅଖିଳେଶ ପ୍ରସାଦ ସିଂ

ପାଟନା,୨୨।୬: ବିହାରର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଖିଳେଶ ପ୍ରସାଦ ସିଂ ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନିକଟରେ ୨୦୦୯ରୁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଥିଲା। ତାଙ୍କ ଯୋଗୁ କଂଗ୍ରେସ ପୁଣି ଶାସନ କ୍ଷମତାକୁ ଫେରିଥିଲା। ଏକଥା ତାଙ୍କୁ କୁହାଯାଇଥିଲେ ବି ସେ ଏହାକୁ ସ୍ବୀକାର କରୁ ନାହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ରାହୁଲ ପ୍ରଧାନମନ୍ତ୍ରୀ ହେଲେ କଂଗ୍ରେସର ପ୍ରତିଟି ସଦସ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବେ। କାରଣ କଂଗ୍ରେସ ଚାହୁଁଛି ରାହୁଲ ପ୍ରଧାନମନ୍ତ୍ରୀ ହୁଅନ୍ତୁ।

ସିଂ ଆହୁରି କହିଛନ୍ତି ଯେ ଯଦି ଲୋକସଭା ନିର୍ବାଚନରେ ବିରୋଧୀ ଦଳ ମଧ୍ୟରେ ଏକତା ଥାଏ, ତେବେ ଭାଜପାର ଆସନ ୧୦୦ରୁ କମ ରହିବ। ଜୁନ ୨୩ରେ ବିହାରର ପାଟନାରେ ହେବାକୁ ଥିବା ବିରୋଧୀ ଦଳର ବୈଠକକୁ ନେଇ ସିଂ କହିଛନ୍ତି ଯେ ଆମେ ଆଶା କରୁଛୁ ସମସ୍ତ ନେତା ଏକାଠି ବସିବେ ଏବଂ ଆଗକୁ ବଢିବାକୁ ଏକ ସମାଧାନର ବାଟ ମିଳିବ।

Share